‘ପୁଷ୍ପା ୨’ର ସ୍କ୍ରିନିଂ ସମୟରେ ଜୀବନ ହରାଇଥିବା ମହିଳାଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ଦେବେ ଅଲ୍ଲୁ

ହାଇଦ୍ରାବାଦ: ଡିସେମ୍ବର ୬ (ଭାଷା) ଶୁକ୍ରବାର ଦିନ ହାଇଦ୍ରାବାଦର ଏକ ଥିଏଟରରେ ‘ପୁଷ୍ପା ୨’ର ପ୍ରିମିୟର ସୋ’ରେ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁବରଣ କରିଥିବା ମହିଳାଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ଆର୍ôଥକ ସହାୟତା ଘୋଷଣା କରିଛନ୍ତି ଅଭିନେତା ଅଲ୍ଲୁ ଅର୍ଜୁନ ।

ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ ହୋଇଥିବା ଏକ ଭିଡିଓରେ ଅଭିନେତା କହିଛନ୍ତି ଯେ, ଶୋକସନ୍ତପ ପରିବାରକୁ ଆଶ୍ୱାସନା ଦେବାକୁ ଚାହୁଁଛି ଯେ ଏହି ଦୁଃଖଦ ସମୟରେ ସେମାନେ ଏକା ନାହାଁନ୍ତି ଓ ମୁଁ ବ୍ୟକ୍ତିଗତ ଭାବରେ ପରିବାରକୁ ଭେଟିବି ।

ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ନୂଆ ଚଳଚ୍ଚିତ୍ରର ପ୍ରିମିୟର ସୋ’ରେ ଏଠାରେ ଏକ ସିନେମା ହଲରେ ଭିଡ଼ ଜମିବା କାରଣରୁ ବୁଧବାର ଦିନ ୩୫ ବର୍ଷ ବୟସ୍କା ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପୁଅ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ।

ଏହି ଘଟଣାଟି ଘଟିଥିଲା ଯେତେବେଳେ ଅଭିନେତ୍ରୀଙ୍କ ଝଲକ ଦେଖିବାକୁ ବହୁ ସଂଖ୍ୟାରେ ପ୍ରଶଂସକ ଥିଏଟରକୁ ଆସିଥିଲେ ।

ଭିଡିଓରେ ନିଜର ସମବେଦନା ଜଣାଇ ସେ କହିଛନ୍ତି, ‘ଆମେ ତେଣିକି ଯାହାବି କରୁ, ଏହି କ୍ଷତିର କେବେବି କ୍ଷତିପୂରଣ ହୋଇପାରିବ ନାହିଁ । ଆମ ତରଫରୁ, ଆମେ କହିବାକୁ ଚାହୁଁଛୁ ଯେ ଆମେ ଭାବପ୍ରବଣ ଭାବରେ ଆପଣଙ୍କ ସହିତ ଅଛୁ ।’

ସେ କହିଛନ୍ତି, “ଆମେ ଆପଣଙ୍କ ସହିତ ଅଛୁ ଏବଂ ମୋ ପକ୍ଷରୁ ମୁଁ ସେମାନଙ୍କ ଭବିଷ୍ୟତ ଏବଂ ବିଶେଷକରି ପିଲାମାନଙ୍କୁ ସୁରକ୍ଷିତ ରଖିବା ପାଇଁ ୨୫ ଲକ୍ଷ ଟଙ୍କା ଆର୍ôଥକ ସହାୟତା ଯୋଗାଇବାକୁ ଚାହୁଁଛି ।”