ନୂଆଦିଲ୍ଲୀ: ବାଂଲାଦେଶରେ ହିନ୍ଦୁ ଏବଂ ମନ୍ଦିର ଗୁଡ଼ିକ ଉପରେ ଆକ୍ରମଣ ଜାରି ରହିଛି। କିଛି ସମୟ ପୂର୍ବରୁ ଖବର ଆସିଥିଲା ଯେ, ଏଠାରେ ପ୍ରଦର୍ଶନକାରୀମାନେ ଇସ୍କନ ଦ୍ୱାରା ପରିଚାଳିତ ଏକ ମନ୍ଦିରରେ ନିଆଁ ଲଗାଇଦେଇଛନ୍ତି। ବାଂଲାଦେଶରେ ବର୍ତ୍ତମାନ ସଂଖ୍ୟାଲଘୁ ହିନ୍ଦୁମାନେ ବିକ୍ଷୋଭକାରୀଙ୍କ ଦ୍ୱାରା ନିର୍ଯାତିତ ହେଉଛନ୍ତି। ତେବେ ହିନ୍ଦୁମାନଙ୍କ ଉପରେ ଆକ୍ରମଣକୁ ନେଇ ଭାରତରେ ଥିବା ଏକ ହୋଟେଲ ଏକ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଆସନ୍ତୁ ଜାଣିବା..
ସୂଚନାନୁଯାୟୀ, ଆସାମର ବରାକ ଘାଟୀ ହୋଟେଲ ଏବଂ ରେଷ୍ଟୁରାଣ୍ଟ ଆସୋସିଏସନର ଅଧ୍ୟକ୍ଷ ବାବୁଲ ରାୟ କହିଛନ୍ତି ଯେ, ବାଲାଂଦେଶରେ ହିନ୍ଦୁ ଏବଂ ଅନ୍ୟ ସଂଖ୍ୟାଲଘୁମାନଙ୍କର ସ୍ଥିତି ଚିନ୍ତାଜନକ ଅଟେ। ଆମେ ଏହାକୁ କୌଣସି ଉପାୟରେ ବରଦାସ୍ତ କରିପାରିବୁ ନାହିଁ। ଏଥିପାଇଁ ଆମେ ନିଷ୍ପତ୍ତି ନେଇଛୁ ଯେ, ଏହି ପରିସ୍ଥିତି ନ ସୁଧୁରିବା ପର୍ଯ୍ୟନ୍ତ ଆମେ ବାରାକ ଘାଟୀର ତିନୋଟି ଜିଲ୍ଲାରେ ପଡୋଶୀ ନାଗାରିକଙ୍କ ମଧ୍ୟରୁ କାହାରିକୁ ମଧ୍ୟ ଏଠାରେ ରଖିବୁ ନାହିଁ। ବିରୋଧ ପାଇଁ ଏହା ହେଉଛି ଆମର କାର୍ଯ୍ୟାନୁଷ୍ଠାନ।
ଉଲ୍ଲେଖନୀୟ, ମାନିକତଲ୍ଲାରେ ଥିବା ଜେଏନ ରାୟ ହସ୍ପିଟାଲ କିଛି ଦିନ ପୂର୍ବରୁ ବାଂଲାଦେଶରୁ ଆସୁଥିବା ରୋଗୀଙ୍କର ଚିକିତ୍ସା ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିଦେଇଥିଲା। ବାଂଲାଦେଶରେ ହିନ୍ଦମାନଙ୍କ ଉପରେ ଅତ୍ୟାଚାର ଏବଂ ଚିନ୍ମୟ କୃଷ୍ଣ ଦାସଙ୍କ ଗିରଫ ବିରୋଧରେ ହସ୍ପିଟାଲ ପକ୍ଷରୁ ଏହି ବଡ଼ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।