ନୂଆଦିଲ୍ଲୀ: ଷ୍ଟାଇଲିସ୍ ଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ‘ପୁଷ୍ପା-୨’ର କ୍ରେଜ ଜଙ୍ଗଲରେ ନିଆଁ ଲାଗିବା ଭଳି ମାଡିଯାଉଛି। ସୁକୁମାରଙ୍କ ନିର୍ଦ୍ଦେଶିତ ଏହି ଆକ୍ସନ ଡ୍ରାମାରେ ରଶ୍ମିକା ମନ୍ଦାନା ଏବଂ ଫହାଦ ଫାସିଲ ମଧ୍ୟ ଅଛନ୍ତି। ଫିଲ୍ମ ବକ୍ସ ଅଫିସରେ ତିନି ଦିନ ପୂରା କରିବା ପାଇଁ ଅଛି ଏବଂ ଏହା ପୂର୍ବରୁ ହିଁ ‘ପୁଷ୍ପା’ର ଲାଇଫଟାଇମ ବିଜନେସକୁ ପଛରେ ପକାଇଛି। ବର୍ତ୍ତମାନ ‘ପୁଷ୍ପା୨:ଦ ରୁଲ’ ସାରା ଦୁନିଆରେ ୫୦୦ କୋଟି ଟଙ୍କାର କଲେକ୍ସନ କରିଛି। ଶନିବାର ରାତିରେ ସକ୍ସେସ ମିଟରେ ମେକର୍ସ ନିଜେ ଏହି ଖୁସିଖବର ଦେଇଛନ୍ତି। ସେହିପରି ଏହି ଫିଲ୍ମ ଭାରତରେ ମଧ୍ୟ ରୋଜଗାରର ରେକର୍ଡ ଭାଙ୍ଗିବାରେ ଲାଗି ରହିଛି।
ରିପୋର୍ଟ ମୁତାବକ, ପୁଷ୍ପା-୨ ଶନିବାର, ରିଲିଜର ତୃତୀୟ ଦିନରେ ଦମଦାର ରୋଜଗାର କରିଛି। ସୁକୁମାର ନିର୍ଦ୍ଦେଶିତ ଏହି ଫିଲ୍ମ ଶୁକ୍ରବାର ତୁଳନାରେ ଶନିବାର ଜବରଦସ୍ତ କଲେକ୍ସନ କରିଛି। ପୁଷ୍ପା-୨ ତୃତୀୟ ଦିନ ବକ୍ସ ଅଫିସରେ ୧୧୫ କୋଟି ଟଙ୍କାର କଲେକ୍ସନ କରିଛି। ସବୁଠୁ ଅଧିକ କଲେକ୍ସନ ହିନ୍ଦୀ ଭର୍ଜନରେ ୭୩.୫ କୋଟି ଟଙ୍କା, ଏହାପରେ ତେଲୁଗୁ ଭର୍ଜନରୁ ୩୧.୫ କୋଟି ଟଙ୍କା ଏବଂ ତାମିଲ ଭର୍ଜନରେ ୭.୫ କୋଟି ଟଙ୍କା ରୋଜଗାର କରିଛି। ଏହି ଫିଲ୍ମ ତିନିଦିନରେ ଭାରତରେ ୩୮୩.୭ କୋଟି ଟଙ୍କାର କଲେକ୍ସନ କରିଛି। ଦ୍ୱିତୀୟ ଦିନ ପୁଷ୍ପା-୨ ୯୩.୮ କୋଟି ଟଙ୍କାର କଲେକ୍ସନ କରିଥିଲା।
ସେହିପରି, ପୁଷ୍ପା-୨ ୧୭୪.୯ କୋଟି ଟଙ୍କାର ଇନକମ୍ ପରେ ଦ୍ୱିତୀୟ ଦିନରେ କେବଳ ଭାରତରେ ହିଁ ୯୦.୧୦ କୋଟି କଲେକ୍ସନ କରିଥିଲା । ପୁଷ୍ପା-୨ ରିଲିଜ ହେବା ପରେ ୨ ଦିନର ମୋଟ ଆୟ ₹୩୨୧.୩ କୋଟି ନେଟ୍ କଲେକ୍ସନ ହୋଇଥିଲା । ଏହା ଫିଲ୍ମ ଇଣ୍ଡଷ୍ଟ୍ରିରେ ଏକ ରେକର୍ଡ ସୃଷ୍ଟି କରିବାରେ ସଫଳ ହୋଇଛି। ପୁଷ୍ପା ଫିଲ୍ମ ରିଲିଜ ହେବା ଦିନରୁ ଲୋକେ ଏହାର ଦ୍ୱିତୀୟ ସିକ୍ୱେଲକୁ ଅପେକ୍ଷା କରି ରହିଥିଲେ। ତେବେ ଦୀର୍ଘ ୨ ବର୍ଷ ପରେ ଡିସେମ୍ବର ୫ ତାରିଖରେ ରିଲିଜ ହୋଇଛି ପୁଷ୍ପା-୨ ।