ଓଃ କି କଷ୍ଟ…… ଖେଳଛୁଟିରେ ଖେଳିଲାବେଳେ ପିଲର ମଝିରେ ଫସିଲା ବେକ ଆଉ ବାହାରିଲାନି, ତା’ ପରେ…..

ନାଗାରକୁର୍ନୁଲ: ୨ ଖମ୍ବ ମଝିରେ ଫସିଲା କୁନି ଝିଅର ଗଳା, ଯାହାପାଇଁ କୁନ ଝିଅକୁ ହଟହଟା ହେବାକୁ ପଡ଼ିଛି । ଶିକ୍ଷକ ଓ ଅଭିଭାବକ କୌଶଳ ଲଗେଇ ପିଲାଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି । ଅଛମପେଟ ମଣ୍ଡଳ ପୁଲଜଲା ପ୍ରାଇମେରି ସ୍କୁଲରେ ତୃତୀୟ ଶ୍ରେଣୀରେ ପଢ଼ୁଥିବା ସରିଥା ଖେଳଛୁଟିରେ ଅନ୍ୟ ସାଙ୍ଗମାନଙ୍କ ସହ ଖେଳୁଥିଲେ । ହଠାତ୍ ସ୍କୁଲ ପରିସରରେ ପାଖାପାଖି ଲାଗି ରହିଥିବା ଦୁଇଟି ଖୁମ୍ବ ମଝିରେ କୁନି ଝିଅର ଗଳାଟି ଫସି ରହିଲା । ଆଉ ବାହାରିଲାନି । ଯାହାପାଇଁ ତାକୁ ବହୁ ଯନ୍ତ୍ରଣା ଭୋଗିବାକୁ ପଡିଲା ।

ଖମ୍ବ ଭିତରୁ ବାହାରିବା ପାଇଁ କୁନି ଝିଅଟି ଯେତେ ପ୍ରୟାସ କଲା ହେଲେ ବାହାରି ପାରିଲାନି । ଶେଷରେ କାନ୍ଦିବା ପରେ ତା’ ସାଙ୍ଗମାନେ ଶିକ୍ଷକଙ୍କୁ ଡାକି ଆଣିଥିଲେ । ସ୍କୁଲ ଶିକ୍ଷକ ଓ ଅଭିଭାବକ ମିଶି କୌଶଳରେ ସରିଥାକୁ ବାହାର କରିବାକୁ ଉଦ୍ୟମ କଲେ ସୁଦ୍ଧା ବିଫଳ ହେଲେ । ଏହାପରେ ଶ୍ରମିକଙ୍କୁ ଡାକି ପିଲର ଭଙ୍ଗା ଗଲା ଓ ତା’ପରେ ସରିଥାଙ୍କୁ ସୁରକ୍ଷିତ ଉଦ୍ଧାର କରାଗଲା । ଏଥିରେ ସରିଥାକୁ କୌଣସି ପ୍ରକାଣ ଆଘାତ ଲାଗି ନ ଥିବା ବିଦ୍ୟାଳୟ ପକ୍ଷରୁ କୁହାଯାଇଛି ।