ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟରେ ‘ଶାସ୍ତ୍ରୀୟ ଓଡ଼ିଶୀ ସଂଗୀତର ବିଭିନ୍ନ ଆୟାମ’ ଆଲୋଚନାଚକ୍ର ଅନୁଷ୍ଠିତ

ଭୁବେନଶ୍ବର: ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟରେ ଓଡ଼ିଶା କଣ୍ଠ ସଙ୍ଗୀତ ବିଭାଗ ପକ୍ଷରୁ ନୀଳଶୈଳ ସହଯୋଗିତାରେ ‘ଶାସ୍ତ୍ରୀୟ ଓଡ଼ିଶୀ ସଙ୍ଗୀତର ବିଭିନ୍ନ ଆୟାମ’ ଶୀର୍ଷକ ଏକ ଦିନିକିଆ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ବାଇଁଙ୍କ ସଭାପତିତ୍ବରେ ଆୟୋଜିତ ଉଦ୍‌ଘାଟନୀ ଉତ୍ସବରେ ଡ. ରାଜେନ୍ଦ୍ର ପ୍ରସାଦ କୃଷି କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର କୁଳାଧିପତି ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ର ଉଦ୍‌ଘାଟକ ଭାବେ ଯୋଗଦେଇ ଓଡ଼ିଶୀ ସଙ୍ଗୀତର ପ୍ରାଚୀନତା ଓ ଶ୍ରୀ ଜୟଦେବକୃତ ଗୀତଗୋବିନ୍ଦ ସମ୍ପର୍କରେ ତାଙ୍କର ଗବେଷଣାଲବ୍ଧ ତତ୍ତ୍ବ ଉପରେ ଆଲୋଚନା କରିଥିେଲ।

ଆକାଶବାଣୀ ଓ ଦୂରଦର୍ଶନର ପ୍ରାକ୍ତନ ନିର୍ଦ୍ଦେଶକ ଡ. ଶାନ୍ତନୁ କୁମାର ରଥ ମୁଖ୍ୟଅତିଥି ଭାବେ ଯୋଗଦେଇ ଓଡ଼ିଶୀ ସଂଗୀତର ପାରମ୍ପରିକ ବୈଶିଷ୍ଟ୍ୟ ଓ ଏହାର ଲାଳିତ୍ୟ ବିଷୟରେ ବକ୍ତବ୍ୟ ରଖିଥିେଲ। ବରିଷ୍ଠ ଗବେଷକ ଡ. କୀର୍ତ୍ତନ ନାରାୟଣ ପାଢ଼ୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ଓଡ଼ିଶୀ ସଂଗୀତ ଶାସ୍ତ୍ରୀୟ ମାନ୍ୟତା ପାଇଁ ଉପଯୋଗୀ ବିଭିନ୍ନ ପ୍ରାଚୀନ ପ୍ରାମାଣିକ ତଥ୍ୟ ଉସ୍ଥାପନା କରି ଓଡ଼ିଶୀ ସଙ୍ଗୀତର ବ୍ୟାକରଣର ଗୁରୁତ୍ବ ଉପେର ଆଲୋକପାତ କରିଥିେଲ। କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ବାଇଁ ତାଙ୍କ ସଭାପତିତ୍ବ ଅଭିଭାଷଣରେ ବିଶ୍ବବିଦ୍ୟାଳୟ ପକ୍ଷରୁ ଆୟୋଜିତ ଏହି ଆଲୋଚନାଚକ୍ରର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେବା ସହ ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କ ଜରିଆରେ କେନ୍ଦ୍ର ସରକାରଙ୍କ ନିକଟରେ ତଥ୍ୟଭିତ୍ତିକ ଦାବି ଉପସ୍ଥାପନା କରାଯିବ ବୋଲି ମତ ଦେଇଥିେଲ।

ସମ୍ମାନିତ ଅତିଥିଭାବେ ପ୍ରଫେସର ଗଣେଶ ପ୍ରସାଦ ଦାସ, ନୀଳଶୈଳର ମୁଖ୍ୟ ଉପଦେଷ୍ଟା ଶ୍ରୀଯୁକ୍ତ ସହଦେବ ଜୟସିଂହ, କୁଳସଚିବ ଶ୍ରୀମତୀ ଅନାମିକା ଅଧିକାରୀ ଓ ସ୍ନାତକୋତ୍ତର ବିଭାଗ ମୁଖ୍ୟ ଡ. ଚକ୍ରଧର ବେହେରା ପ୍ରମୁଖ ଯୋଗେଦଇ ଏହି ଆଲୋଚନାଚକ୍ରର ପ୍ରାସଙ୍ଗିକତା ସମ୍ପର୍କରେ ନିଜ ନିଜର ବକ୍ତବ୍ୟ ରଖିଥିେଲ। ବର୍ଷିୟାନ ଓଡ଼ିଶୀ ସଙ୍ଗୀତଜ୍ଞ ଗୁରୁ ନବକିେଶାର ପଟ୍ଟନାୟକଙ୍କୁ ଏହି ଅବସରରେ ବିଶ୍ବବିଦ୍ୟାଳୟ ପକ୍ଷରୁ ମାନପତ୍ର ଓ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଏହି ଆଲୋଚନାଚକ୍ରର ତିେନାଟି ଅଧିେବଶନରେ ମାଳଶ୍ରୀ ଗାୟନ, ଓଡ଼ିଶୀ ରାଗାଙ୍ଗ ଏକକ ଗାୟନ, ପାରମ୍ପରିକ ଓଡ଼ିଶୀ ସଙ୍ଗୀତ ଗାୟନ, ଛାନ୍ଦ, ଚମ୍ପୁ ଓ ଚଉତିଶା ଗାୟନ ପ୍ରଭୃତି ସମ୍ପର୍କରେ ବିଶଦ ଆଲୋଚନା ସହ ଶ୍ରୀମତୀ ସାଗରିକା କୁଣ୍ଡୁ ଓ ଓଡ଼ିଶୀ କଣ୍ଠ ସଙ୍ଗୀତ ବିଭାଗର ଛାତ୍ରଛାତ୍ରୀମାନେ କଣ୍ଠ ସଂଗୀତ ପରିବେଷଣ କରିଥିଲେ।

ଓଡ଼ିଶୀ କଣ୍ଠ ସଙ୍ଗୀତ ବିଭାଗର ସହଯୋଗୀ ପ୍ରଫେସର ଗୁରୁ ଡ. ଧୀରଜ କୁମାର ମହାପାତ୍ର ଓ ସହକାରୀ ପ୍ରଫେସର ଡ.ନିଳାଦ୍ରୀ କଲ୍ୟାଣ ଦାସ ସଂପୂର୍ଣ୍ଣ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ସହକାରୀ ପ୍ରଫେସର. ଆଶିଷ ମହାପାତ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିେଲ। ଶେଷରେ ଓଡ଼ିଶୀ ସଙ୍ଗୀତ ପରିବେଷଣ କରିଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।