ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି: ଡିସେମ୍ବର ୧୧ରେ ବନ୍ଦ ରହିବ ସମସ୍ତ ସ୍କୁଲ ଓ କଲେଜ

ନୂଆଦିଲ୍ଲୀ: ଆସନ୍ତାକାଲି ବୁଧବାର ବନ୍ଦ ରହିବ ସମସ୍ତ ସ୍କୁଲ । ଡିସେମ୍ବର ୧୧ରେ ରାଜ୍ୟର ସମସ୍ତ ସ୍କୁଲ, କଲେଜ ବନ୍ଦ ରହିବା ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି । ଡିସେମ୍ବର ୧୧କୁ ପବ୍ଲିକ ହଲିଡେ ଭାବେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ସେଥିପାଇଁ ଆସନ୍ତାକାଲି ରାଜ୍ୟର ସମସ୍ତ ସରକାରୀ ଶିକ୍ଷାନୁଷ୍ଠାନଙ୍କ ସ୍କୁଲ, କଲେଜ ଓ ଅନ୍ୟ ସହାୟତାପ୍ରାପ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । କର୍ଣ୍ଣାଟକ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।

ସୂଚନା ମୁତାବକ, ମହାରାଷ୍ଟ୍ରର ପୂର୍ବତନ ରାଜ୍ୟପାଳ ଓ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ.ଏମ କ୍ରିଷ୍ଣାଙ୍କ ଆଜି ୯୨ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ତେଣୁ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମ୍ମାନାର୍ଥେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଡିସେମ୍ବର ୧୧ରେ ସ୍କୁଲ, କଲେଜ ବନ୍ଦ ପାଇଁ ନିଷ୍ପତ୍ତି ନେଇଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ କ୍ରିଷ୍ଣାଙ୍କ ପାଇଁ ଡିସେମ୍ବର ୧୦ରୁ ୧୨ ପର୍ଯ୍ୟନ୍ତ ତିନିଦିନିଆ ନିରବ ପ୍ରାର୍ଥନା କରାଯିବା ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଛି । ଏହି ଅବଧି ମଧ୍ୟରେ କୌଣସି କାର୍ଯ୍ୟକ୍ରମ କିମ୍ବା ଉତ୍ସବ ପାଳନ କରାଯିବ ନାହିଁ ।