ନୂଆଦିଲ୍ଲୀ: ନୀଟ୍ ପିଜି କାଉନସେଲିଂ ୨୦୨୪କୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ମେଡିକାଲ କାଉନସେଲିଂ କମିଟି (ଏମସିସି) ତରଫରୁ ନୀଟ ପିଜି କାଉନସେଲିଂ ୨୦୨୪ର ନୂଆ ଶିଡ୍ୟୁଲ ଜାରି ହୋଇଛି । ଏହି କାଉନସେଲିଂ ପ୍ରୋସେସରେ ଅଂଶଗ୍ରହଣ କରିଥିବା ଇଚ୍ଛୁକ ଥିବା ପ୍ରାର୍ଥୀମାନେ ଏମସିସିର ଅଫିସିଆଲ ୱେବସାଇଟକୁ ଯାଇ ସଂଶୋଧିତ ଟାଇମଟେବୁଲକୁ ଆକ୍ସେସ କରିପାରିବେ ।
ଅପଡେଟ୍ ହୋଇଥିବା ଟାଇମଟେବୁଲ୍ ମୁତାବକ, ରାଉଣ୍ଡ ୨ ଚଏସ୍ ଫିଲିଂ ଓ ଲକିଂ ପ୍ରୋସେସ ଡିସେମ୍ବର ୧୧ରେ ସମାପ୍ତ ହେବ । ସେହିପରି ଚଏସ୍ ଫିଲିଂ ଲିଙ୍କ ଡିସେମ୍ବର ୧୧ ତାରିଖ ସକାଳ ୮ଟା ପର୍ଯ୍ୟନ୍ତ ଆକ୍ଟିଭ ରହିବ । ସେହିପରି ଅପରାହ୍ଣ ଡିସେମ୍ବର ୧୦ ତାରିଖ ୪ଟା ଠାରୁ ଚଏସ୍ ଲକିଂ ସୁବିଧା ଖୋଲା ହେବ ଓ ଡିସେମବର ୧୧ ତାରିଖ ସକାଳ ୮ଟାରେ ବନ୍ଦ ହେବ । ଡିସେମ୍ବର ୧୧ ଓ ୧୨ ମଧ୍ୟରେ ସିଟ୍ ଆଲଟମେଣ୍ଟ କରାଯିବ । ରାଉଣ୍ଡ ୨ ସିଟ୍ ଆଲଟମେଣ୍ଟ ରେଜଲଟ ଡିସେମ୍ବର ୧୨ରେ ଘୋଷଣା କରାଯିବ । ଡିସେମ୍ବର ୧୩ରୁ ୨୦ ମଧ୍ୟରେ ପ୍ରାର୍ଥୀମାନେ ଧାର୍ଯ୍ୟ କଲେଜରେ ଏନରୋଲମେଣ୍ଟ ପାଇଁ ରିପୋର୍ଟ କରିବେ । ଡିସେମ୍ବର ୨୧ରୁ ଶିକ୍ଷାନୁଷ୍ଠାନ ତରଫରୁ ପ୍ରାର୍ଥୀଙ୍କର ଇନଫରମେସନ ଯାଞ୍ଚ କରାଯିବ ଓ ଏମସିସି ସହ ଡାଟା ବିନିମୟ କରାଯିବ ।