ନୂଆଦିଲ୍ଲୀ: ଏଣିକି ସରକାରୀ କର୍ମଚାରୀମାନେ ସପ୍ତାହକୁ ୩ ଦିନ ଛୁଟି ପାଇବେ । କର୍ମଚାରୀଙ୍କୁ ସପ୍ତାହରେ କେବଳ ୪ ଦିନ କାମ କରିବାକୁ ପଡ଼ିବ । ଜନସଂଖ୍ୟା ହ୍ରାସକୁ ନିୟନ୍ତ୍ରଣ କରିବା ପାଇଁ ସରକାର ନେଇଛନ୍ତି ଏଭଳି ଏକ ବଡ଼ ନିଷ୍ପତ୍ତି । ଆସନ୍ତା ମାସ ଏପ୍ରିଲ ମାସରୁ ଏହି ନୂଆ ନିୟମ ଲାଗୁ ହେବ । ମେଟ୍ରୋପଲିଟନ ସରକାରୀ କର୍ମଚାରୀମାନେ ସପ୍ତାହକୁ ୩ ଦନି ଅଫ୍ ନେବାର ବିକଳ୍ପ ପାଇବେ ବୋଲି ଟୋକିଓ ଗଭର୍ଣ୍ଣର ୟୁରିକୋ କୋଇକେ ଘୋଷଣା କରିଛନ୍ତି ।
ଜନ୍ମ ହାର ବା ପ୍ରଜନନ ହାରରେ ସୁଧାର ଆଣିବା ପାଇଁ ଜାପାନ ରାଜଧାନୀ ଟୋକିଓରେ ଏକ ନୂଆ ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି । ଆସନ୍ତାବର୍ଷ ଠାରୁ କର୍ମଚାରୀଙ୍କ ପାଇଁ ଅଫିସରେ ୪-ୱାର୍କିଂ ଡେଜ ଲାଗୁ କରାଯିବ । ଏହାର ଅର୍ଥ ହେଉଛି କର୍ମଚାରୀମାନେ ସପ୍ତାହରେ କେବଳ ୪ ଦିନ କାମ କରିବେ । ଟୋକିଓ ଗଭର୍ଣ୍ଣର ଏନେଇ ଘୋଷଣା କରିଛନ୍ତି । ଏପ୍ରିଲ ମାସ ଠାରୁ କର୍ମଚାରୀଙ୍କ ପାଖରେ ସପ୍ତାହର ୩ ଦିନ ଅଫ୍ ନେବାର ବିକଳ୍ପ ରହିବ ।
ଗତ କିଛି ବର୍ଷ ମଧ୍ୟରେ ଲୋକମାନେ ନିଜର ଶିଶୁମାନଙ୍କୁ ଠିକରେ ଲାଳନପାଳନ କରିପାରୁ ନାହାନ୍ତି । ଏହି କାରଣରୁ ଅନେକ ଲୋକ ନିଜର କ୍ୟାରିୟର ଛାଡ଼ିବାକୁ ବାଧ୍ୟ ହେଉଛନ୍ତି । ଲୋକମାନେ ସନ୍ତାନ ଜନ୍ମ ନ କରିବା ପଛରେ ଏହା ଏକ ବଡ଼ କାରଣ ବୋଲି କୁହାଯାଉଛି । ବିଗତ ବର୍ଷମାନଙ୍କରେ ଏଭଳି କିଛି ନୀତି କାରଣରୁ ଦେଶରେ ପ୍ରଜନନ ହାର ବହୁତ ଖରାପ ହୋଇଥିବାର ଦେଖାଯାଇଛି । ସେଥିରେ ସୁଧାର ଆଣିବା ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଅନେକ ନୀତି ଗ୍ରହଣ କରାଯାଉଛି । ଏହି ଯୋଜନା ଲାଗୁ କରିବା ଫଳରେ ପିତାମାତାମାନେ ସେମାନଙ୍କର ପିଲାକୁ ଠିକରେ ଦେଖାଶୁଣା କରିପାରେ ବୋଲି ପ୍ରଶାସନର ହୃଦବୋଧ ହୋଇଛି ।