ଭୁବନେଶ୍ୱର: ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କୁ ସିବିଆଇ ସମନ ଜାରି କରିଛି । ସିବିଆଇ କାର୍ଯ୍ୟାଳୟରେ ହାଜର ହେବା ଲାଗି ସମନରେ ଉଲ୍ଲେଖ କରାଯାଇଛି । ୧୧ ତାରିଖ ୧୦ଟାବେଳେ ସିବିଆଇ କାର୍ଯ୍ୟାଳୟରେ ପହଞ୍ଚିବା ଲାଗି ସମନ ହୋଇଛି । ମର୍ସିଡିଜ୍ ଗାଡ଼ିରୁ ୧୦ ଲକ୍ଷ ଟଙ୍କା ଜବତ ଘଟଣାରେ ଏହି ସମନ ଜାରି କରାଯାଇଥିବା ସୂଚନା । ଘଟଣା ସମ୍ପର୍କରେ ମୁହଁ ଖୋଲି ନାହାନ୍ତି ବିଷ୍ଣୁପଦ ।
ବ୍ରିଜ୍ ଆଣ୍ଡ ରୁଫ୍ କନଷ୍ଟ୍ରକ୍ସନ କୋ. (ଇଣ୍ଡିଆ) ଏଲଟିଡି, ଭୁବନେଶରର ଗ୍ରୁପ୍ ଜେନେରାଲ ମ୍ୟାନେଜର ଚଞ୍ଚଲ କୁମାର ମୁଖାର୍ଜୀଙ୍କ ବିରୋଧରେ ସିବିଆଇ କେସ୍ ନଂ ଆରସି୨୧୭୨୦୨୪ଏ୦୦୧୭ ଗତ ୭ ତାରିଖରେ ରେଜିଷ୍ଟର ହୋଇଥିଲା । ଯାହାର ଯାଞ୍ଚ ସିବିଆଇ ପକ୍ଷରୁ ଚାଲୁ ରହିଛି । ଏ ମାମଲାରେ ବିଷ୍ଣୁପଦ ଅଧିକ ଜାଣିବା ନେଇ ତାଙ୍କୁ ଯାଞ୍ଚ ପରିସରକୁ ସିବିଆଇ ନେଇଛି । ଶୁକ୍ରବାର ବିଳମ୍ବିତ ରାତିରେ ବିଷ୍ଣୁପଦଙ୍କ ଡ୍ରାଇଭରଙ୍କୁ ଟେଣ୍ଡର ଫିକ୍ସିଂ ଅଭିଯୋଗରେ ସିବିଆଇ ସମନ କରିଥିଲା । ଇମେଲ ଜରିଆରେ ଡ୍ରାଇଭରଙ୍କୁ ସମନ ପଠାଯାଇଥିଲା । ପୂର୍ବରୁ ଏ ଘଟଣାରେ ରାଜେନୈତିକ ଏବଂ ପ୍ରଶାସନିକ ସ୍ତରରେ ଟଙ୍କା ଲେଣଦେଣ କାରବାର ହୋଇଥିବା ଚର୍ଚ୍ଚା ହେଉଥିଲା । ବର୍ତ୍ତମାନ ସୁଦ୍ଧା ସମନ ସଂକ୍ରାନ୍ତରେ ବିଷ୍ଣୁପଦଙ୍କ ପ୍ରତିକ୍ରିୟା ଆସିନାହିଁ ।