ନୂଆଦିଲ୍ଲୀ: ଦେଶରେ ବଢୁଥିବା ସାଇବର କ୍ରାଇମରେ ଲୋକଙ୍କୁ ପ୍ରତିଦିନ କୋଟି କୋଟି ଟଙ୍କା ହରାଇବାକୁ ପଡୁଛି । ସାଇବର ଅପରାଧୀ ଭିନ୍ନ-ଭିନ୍ନ ଉପାୟରେ ଲୋକଙ୍କୁ ଟାର୍ଗେଟ କରୁଛନ୍ତି ଏବଂ ସେମାନଙ୍କ ପରିଶ୍ରମର ରୋଜଗାରକୁ ଗୋଟିଏ କ୍ଷଣରେ ହଡପ କରି ନେଉଛନ୍ତି । ବର୍ତ୍ତମାନ କେୱାଇସି ଅପଡେଟ କରିବା ନାମରେ ମଧ୍ୟ ଅନେକ ଲୋକଙ୍କଠାରୁ ଠକେଇ ହେଉଛି । କେୱାଇସି ବ୍ୟାକ ଏବଂ ଅନ୍ୟ ସଂସ୍ଥାଗୁଡିକ ପାଇଁ ନିଜ ଉପଭୋକ୍ତାଙ୍କ ପରିଚୟ ଭେରିଫିକେସନ କରିବାର ଏକ ପ୍ରକ୍ରିୟା । ଏହାର ଫାଇଦା ଉଠାଇ ଲୋକଙ୍କୁ ଚୁନା ଲଗାଉଛନ୍ତି ସାଇବର ଠକ ।
ସାଇବର ଠକମାନେ ଯେକୌଣସି ବ୍ୟକ୍ତିଙ୍କର ପର୍ସନାଲ ଡାଟା ବା ନକଲି ଡକ୍ୟୁମେଣ୍ଟ ଆଧାରରେ ଆକାଉଣ୍ଟ କରି ଲୋନ ପାଇଁ ଆପ୍ଲାଏ କରୁଛନ୍ତି ବା ବେଆଇନ ଟ୍ରାଞ୍ଜାକ୍ସନ କରୁଛନ୍ତି । ଏହା ବ୍ୟତୀତ ଏହା କୌଣସି ଫଟୋକୁ ନେଇ ନକଲି ଡକ୍ୟୁମେଣ୍ଟ ତିଆରି କରିବା କୌଣସି ବ୍ୟାକ୍ତିଗତ ସୂଚନା ଏକାଠି କରି ନିଜର ଫାଇଦା ପାଇଁ ବ୍ୟବହାର କରୁଛନ୍ତି । ଏହା ଏପରି ହେଉଛି ଯେଉଁଥିରେ ଲୋକଙ୍କୁ ଜଣା ମଧ୍ୟ ପଡୁନାହିଁ ଏବଂ ତାଙ୍କ ନାମରେ ବା ସେମାନଙ୍କ ଆକାଉଣ୍ଟରେ ବେଆଇନ କାମ ହେଉଛି, ଯାହାର ପରିଣାମ ସେମାନଙ୍କୁ ଆଗକୁ ଭୋଗିବାକୁ ପଡୁଛି ।
ବଢୁଥିବା ସାଇବର କ୍ରାଇମ ମଧ୍ୟରେ ଆଲର୍ଟ ରହିବା ନିହାତି ଆବଶ୍ୟକ । ଯଦି କୌଣସି ବ୍ୟକ୍ତି ଆପଣଙ୍କ ଆକାଉଣ୍ଟ ଡିଟେଲ ବା କେୱାଇସି ସମ୍ବନ୍ଧୀୟ ସୂଚନା ମାଗୁଛି ତେବେ ସେମାନଙ୍କ ସଂସ୍ଥାକୁ ଭେରିଫାଏ କରିବା ବିନା କୌଣସି ଡାଟା ଦିଅନ୍ତୁ ନାହିଁ । ଏହା ମଧ୍ୟ ଧ୍ୟାନରେ ରଖନ୍ତୁ ଯେ, କୌଣସି ବି ବ୍ୟାଙ୍କ ବା ଅନ୍ୟ ସଂସ୍ଥାମାନେ ନିଜର ଗ୍ରାହକଙ୍କୁ ଓଟିପି, ପାସୱାର୍ଡ ଏବଂ ପିନ ନମ୍ବର ପଚାରନ୍ତି ନାହିଁ ।