Jio କୋଟି କୋଟି ଉପଭୋକ୍ତାଙ୍କୁ ଦେଲା ବଡ଼ ଆଶ୍ୱସ୍ତି, ୯୮ ଦିନ ପର୍ଯ୍ୟନ୍ତ ରିଚାର୍ଜର ‘ନୋ ଟେନସନ’

ନୂଆଦିଲ୍ଲୀ: ରିଲାଏନ୍ସ ଜିଓର ସିମ୍ ଉପଭୋକ୍ତାଙ୍କ ପାଇଁ ଖୁସି ଖବର । ଜିଓ ଜୁଲାଇ ମାସରେ ନିଜ ରିଚାର୍ଜ ପ୍ଲାନର ଦାମକୁ ବୃଦ୍ଧି କରିଛି । ମହଙ୍ଗା ପ୍ଲାନ କାରଣରୁ ଲକ୍ଷ ଲକ୍ଷ ୟୁଜର୍ସ ସରକାରୀ ଟେଲିକମ କମ୍ପାନୀ ବିଏସଏସଏଲ ଆଡକୁ ମୁହାଁଇଛନ୍ତି । ବର୍ତ୍ତମାନ ୟୁଜର୍ସଙ୍କ ଆବଶ୍ୟକତାକୁ ଧ୍ୟାନରେ ରଖି ଜିଓ ଲମ୍ବା ଭ୍ୟାଟିଡିଟିର ଏକ ସାନଦାର ପ୍ଲାନ ଜାରି କରିଛି । ତେବେ ଜିଓ ଲିଷ୍ଟରେ ବର୍ତ୍ତମାନ ଏପରି ଏକ ପ୍ଲାନ ଆସିସାରିଛି, ଯାହା ଆପଣଙ୍କୁ ଏକସାଙ୍ଗରେ ୧୦୦ ଦିନ ପାଇଁ ରିଚାର୍ଜର କରିବାର ଟେନସନରୁ ମିକ୍ତି ଦେବ । ଆସନ୍ତୁ ଜିଓର ଏହି ରିଚାର୍ଜ ପ୍ଲାନ ବିଷୟରେ ଜାଣିବା..

ଜିଓ ନିଜର ୪୯ କୋଟି ଉପଭୋକ୍ତାଙ୍କୁ ବଡ଼ ଆଶ୍ୱସ୍ତି ପ୍ରଦାନ କରିଛି । କମ୍ପାନୀ ଲମ୍ବା ଭ୍ୟାଲିଡିଟିର ଏକ ଶସ୍ତା ପ୍ଲାନ ଜାରି କରିସାରିଛି । ଜିଓ ନିଜ ଲିଷ୍ଟରେ ୯୯୯ ଟଙ୍କାର ଏକ ପ୍ରିପେଡ ରିଚାର୍ଜ ପ୍ଲାନ ସାମିଲ କରିଛି । ଏହି ରିଚାର୍ଜ ପ୍ଲାନ ଆପଣଙ୍କୁ ୯୮ ଦିନର ଲମ୍ବା ଭ୍ୟାଲିଡିଟି ପ୍ରଦାନ କରିବ । ଅର୍ଥାତ ଆପଣ ଥରେ ରିଚାର୍ଜ କଲେ ୧୦୦ ଦିନ ପର୍ଯ୍ୟନ୍ତ ରିଚାର୍ଜ କରିବାର ଟେନସନରୁ ମୁକ୍ତ ରହିବେ । ଆପଣ ୯୮ ଦିନ ପର୍ଯ୍ୟନ୍ତ ଯେକୌଣସି ନେଟୱର୍କରେ ଫ୍ରୀ ଅନଲିମିଟେଡ କଲିଂ କରିପାରିବେ ।

ଜିଓର ଏହି ୯୯୯ ଟଙ୍କିଆ ପ୍ଲାନ ଟ୍ରୁ ୫ଜି ପ୍ଲାନ ଅଟେ । ଯଦି ଆପଣଙ୍କ କ୍ଷେତ୍ରରେ ୫ଜି ନେଟୱର୍କର କନେକ୍ଟିଭିଟୀ ଥିଲେ, ଆପଣ ଅନଲିମିଟେଡ ଫ୍ରୀ ଡାଟା ବ୍ୟବହାର କରିପାରିବେ । ଏଥିରେ ମିଳୁଥିବା ଡାଟା ବେନିଫିଟ୍ସର କଥା କହିବାକୁ ଗଲେ, ଏଥିରେ ଆପଣଙ୍କୁ ସମୁଦାୟ 196GB ଡାଟା ମିଳିଥାଏ । ଅର୍ଥାତ ଦୈନନ୍ଦିନ ଉପଭୋଲ୍‌ତାଙ୍କୁ ୨ ଜିବି ହାଇ ସ୍ପିଡ୍ ଡାଟା ବ୍ୟବହାର କରିପାରିବେ ।