ୱାଶିଂଟନ୍: ଚେନ୍ନାଇରେ ଜନ୍ମିତ ଆମେରିକୀୟ ଟିନଏଜର କେଟଲିନ ସାନ୍ଦ୍ରା ମିସ୍ ଇଣ୍ଡିଆ USA ୨୦୨୪ର ବିଜେତା ହୋଇଛନ୍ତି । ଚଳିତବର୍ଷର ମିସ୍ ଇଣ୍ଡିଆ USA ଆମେରିକାର ନ୍ୟୁ ଜର୍ସିରେ ଅନୁଷ୍ଠିତ ହୋଇଥିଲା । କେଟଲିନଙ୍କ ବୟସ ମାତ୍ର ୧୯ ବର୍ଷ । ଡାଭିସସ୍ଥିତ ୟୁନିଭର୍ସିଟି ଅଫ୍ କାଲିଫର୍ନିଆର ଦ୍ୱିତୀୟ ବର୍ଷର ଛାତ୍ରୀ ହେଉଛନ୍ତି କେଟଲିନ୍ । ମହିଳା ସଶକ୍ତିକରଣ ଏବଂ ମହିଳାଙ୍କ ଶିକ୍ଷା କ୍ଷେତ୍ରରେ କାର୍ଯ୍ୟ କରିବା ପାଇଁ ତାଙ୍କ ଆଗ୍ରହ । ଜୀବନରେ କିଛି ଜନମଙ୍ଗଳକାରୀ କାର୍ଯ୍ୟ କରି ସେ ନିଜ ଛାପ ଛାଡ଼ିବାକୁ ଚାହୁଁଥିବା କହିଛନ୍ତି।
କର୍ଣ୍ଣାଟକ ରାଜଧାନୀ ଚେନ୍ନାଇରେ ଜନ୍ମ ଗ୍ରହଣ କରିଥିବା କେଟଲିନ୍ ୧୪ ବର୍ଷ ହେବ ଆମେରିକାରେ ରହୁଛନ୍ତି । ସେ ଜଣେ ୱେବ୍ ଡିଜାଇନର ବେହାକୁ ଆଗ୍ରହ ପ୍ରକାଶ କରିଥିବାବେଳେ ମଡେଲିଂ ଏବଂ ଆକ୍ଟିଂରେ ମଧ୍ୟ ତାଙ୍କର ରୁଚି ରହିଛି । ଇଣ୍ଡିଆନ୍ ଫେଷ୍ଟିଭାଲ କମିଟି ଦ୍ୱାରା ଆୟୋଜିତ ବ୍ୟୁଟି ପ୍ରତିଯୋଗିତାରେ ସସ୍କୃତି ଶର୍ମା ମିସେସ୍ ଇଣ୍ଡିନ USA ଏବଂ ଅର୍ସିତା କଟପାଲିଆ ମିସ୍ ଟିନ୍ ଇଣ୍ଡିଆ USA ମୁକୁଟ ହାତେଇଛନ୍ତି ।