ଜବଲପୁର- ସୋସିଆଲ ମିଡିଆରେ ଭାଇରାଲ ହେଉଛି ମଧ୍ୟପ୍ରଦେଶର ଏକ ଭିଡିଓ । ଭିଡିଓରେ ଗାଁ ଦାଣ୍ଡରେ ଛୋଟ ଛୋଟ ୪-୫ ଜଣ ପିଲାଙ୍କୁ ଦୌଡିରେ ବାନ୍ଧି ବାଡେଇବାର ଅମାନବୀୟ ଦୃଶ୍ୟ ଦେଖିବାକୁ ମିଳୁଛି । ଏହି ଦୃଶ୍ୟ ଯିଏ ଦେଖିବ ଏ ମଣିଷର ମାଣିଷପଣିଆ ଉପରେ ଉଠାଇବ ପ୍ରଶ୍ନ । ଏହି ଭିଡିଓକୁ ନେଇ ବିଭିନ୍ନ ୟୁଜର୍ସ ତୀକ୍ଷ୍ନ ପ୍ରତିକ୍ରିୟା ଦେଉଛନ୍ତି ।
ଭିଡିଓରେ କ୍ୟାପ୍ସନ ଦିଆଯାଇଛି କି, ସ୍ଥାନୀୟ ଅଞ୍ଚଳରେ ଥିବା ଏକ ସର୍ବସାଧାରଣ କୂଅରୁ ୫ ଜଣ ପିଲା ପାଣି ପିଇବାରୁ ସେମାନଙ୍କୁ ବାନ୍ଧି ଗୋରୁ ଗାଈ ପରି ମାରୁଛନ୍ତି । କାରଣ ଏହି ସବୁ ପିଲା ହେଉଛନ୍ତି ଦଳିତ ବର୍ଗର । ହୁଏତ ଏମାନେ ଚମାର । ଭିଡିଓରେ ଦେଖିବାକୁ ମିଳୁଛି, ବାଉଁଶ ଓ ବାଉଁଶ ପାତିଆ ଥିବା ସ୍ଥାନରେ ଏହି ପିଲାମାନଙ୍କୁ ଦୌଡିରେ ବାନ୍ଧି ପିଟୁଛନ୍ତି ଜଣେ ଯୁବକ । ଦଳିତ ପିଲାମାନେ ଯେମିତି ସର୍ବ ସାଧାରଣ କୂଅରୁ ପାଣି ପିଇବା ପରେ କୂଅ ବିଶୁଦ୍ଧ ହୋଇପଡିଛି ।ସେମିତି ଯୁବକ ଚମାର ସାହିକୁ ଆସି ସେମାନଙ୍କୁ ଅତି ନିର୍ମମଭାବେ ମାଡ ମାରୁଛନ୍ତି ।
ମଧ୍ୟପ୍ରଦେଶର ଜବଲପୁର ଇଲାକାର ଏହି ଭିଡିଓ ହୋଇଥିବା ସେୟାର କରିଥିବା ୟୁଜର ଉଲ୍ଲେଖ କରିଛନ୍ତି । ୫୯ ମିନିଟର ଏହି ଭିଡିଓକୁ ନେଇ ରୁଢିବାଦୀ ହିନ୍ଦୁଙ୍କ ମାନସିକତାକୁ ନେଇ ଲୋକେ ପ୍ରଶ୍ନ କରିଛନ୍ତି । ବାସ୍ତବରେ ଭାରତ ଓ ଭାରତୀୟ ସ୍ୱାଧୀନତା ପାଇଛନ୍ତି ବୋଲି ମଧ୍ୟ ଜଣେ ବ୍ୟକ୍ତି ପ୍ରଶ୍ନ କରିଛନ୍ତି । ତେବେ ଗୋଟିଏ କମେଣ୍ଟରେ ଏହା ମଧ୍ୟପ୍ରଦେଶର ହୋଇ ନ ଥିବା କୁହାଯାଇଛି । ଏମିତି କି ପୋଲିସ ଏହାର ପୁଷ୍ଟି କରିଥିବା ମଙ୍କ ଅନ ଏ ମିଶନ ନାମକ ୟୁଜର ଉଲ୍ଲେଖ କରିଛନ୍ତି ।
ଭିିଡିଓ କେଉଁ ସ୍ଥାନର ତାହାର କୌଣସି ଗୁରୁତ୍ୱ ନାହିଁ । କିନ୍ତୁ ପାଣି ପାଇଁ ଦଳିତ ପିଲାଙ୍କୁ ମାଡ ମାରିବା ହୋଇଛି ୟୁଜର୍ସଙ୍କ ମଧ୍ୟରେ ମୁଖ୍ୟ ମୁଦ୍ଦା । ଏହି ଭିଡିଓ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରୁଛନ୍ତି ୟୁଜର୍ସ ।
Jabalpur, Madhya Pradesh :
5 children of Dalit community were tied with rope and brutally beaten by casteist terrorists for drinking water from a public well.pic.twitter.com/LI0SaxF9Md
— Dhruv Rathee (Parody) (@dhruvrahtee) December 17, 2024