ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆରମ୍ଭ ହେଲା ଆବେଦନ, ଜାଣନ୍ତୁ କିପରି କରିବେ Apply

ଭୁବନେଶ୍ୱର : ରାଜ୍ୟରେ ଆରମ୍ଭ ହୋଇଛି ଶିକ୍ଷାର ଉତ୍ସବ । ଶିକ୍ଷାକୁ ଏକ ସାମାଜିକ ଆନ୍ଦୋଳନରେ ପରିଣତ କରିବା ପାଇଁ ହୋଇଛି ବ୍ୟବସ୍ଥା । ଶିକ୍ଷା ବ୍ୟବସ୍ଥାରେ ନୂଆ ବିପ୍ଳବ ଆଣିବା ପାଇଁ 5T ଉପକ୍ରମରେ ଆରମ୍ଭ ହୋଇଛି ଅଭିନବ ପ୍ରୟାସ । ଜିଲ୍ଲା, ବ୍ଲକ, ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟତ୍ରୀ, ପୁରାତନ ଛାତ୍ର କମିଟି, ଗ୍ରାମ ପଞ୍ଚାୟତ, ଶିକ୍ଷା ଅଧିକାରୀଙ୍କ ଅବଦାନ ପାଇଁ ମିଳୁଛି ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ।

ତେବେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଲାଗି ଆବେଦନ ଆରମ୍ଭ ହୋଇଛି । ଏଥିରେ ୭ଟି ବର୍ଗରେ ପୁରସ୍କାର ପ୍ରଦାନ କରାଯିବ । ଜିଲ୍ଲା ଓ ବ୍ଲକ ସମେତ ଶିକ୍ଷଣ ପ୍ରତିଷ୍ଠାନ, ଶିକ୍ଷକ, ଅଧିକାରୀ ଓ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ପୁରସ୍କାର ନିମନ୍ତେ ଆସନ୍ତା ୩୦ତାରିଖ ପର୍ଯ୍ୟନ୍ତ ଅନ୍‍ଲାଇନ୍‍ ଜରିଆରେ ଆବେଦନ ଗ୍ରହଣ କରାଯିବ । msp.odisha.gov.in ପୋର୍ଟାଲରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ କରିପାରିବେ ।