ବେଙ୍ଗାଲୁରୁ- ବେଙ୍ଗାଲୁରୁରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାଲିଗଲା ୬ ଜଣଙ୍କ ଜୀବନ । ମୃତକଙ୍କ ମଧ୍ୟରେ ରହିଛନ୍ତି ୩ ଶିଶୁ । ଏକ ଏସୟୁଭିରେ ସମସ୍ତେ ଯାଉଥିବା ବେଳେ ବେଙ୍ଗାଲୁରୁର ତାଲେକେର ନିକଟରେ ଜାତୀୟ ରାଜପଥ ଉପରେ ଏହି ଦୁର୍ଘଟଣା ଶନିବାର ଘଟିଥିଲା । ଏହି ଦୁର୍ଘଟଣା ପାଇଁ ଏନଏଚ-୪ରେ ୩ କିଲୋ ମିଟର ଧରି ଟ୍ରାଫିକ ଜାମ ହୋଇଥିଲା ।
ସୂଚନା ମୁତାବକ, ଶନିବାର ଦିନ ଏସୟୁଭି ଓ ଟ୍ରକ୍ ଟୁମାକୁରରୁ ବେଙ୍ଗାଲୁରୁ ଅଭିମୁଖେ ଯାତ୍ରା କରୁଥିଲା । ଏସୟୁଭିରେ ଏକ ପରିବାର ସପ୍ତାହନ୍ତ କାଟିବାକୁ ସହର ବାହାରକୁ ଯାଉଥିଲେ । ତାଲେକେର ନିକଟରେ ରୋଡ ଜାମ ଭିତରେ କଣ୍ଟେନର ଓ ଏକ କ୍ଷୀର ଗାଡି ଓଲଟି ପଡିଥିଲା । ଏସୟୁଭିଟି କଣ୍ଟେନର କଡରେ ଯାଉଥିବା କାରଣରୁ କଣ୍ଟେନର ଟି ଏସୟୁଭି ଉପରେ ପଡିଥିଲା ଓ କାରଟି ଚାପି ହୋଇଯାଇଥିଲେ ।
ଗତ ଅକ୍ଟୋବରରେ ହିଁ ଏହି ପରିବାର କାରଟିକୁ କିଣିଥିଲେ । ଦୁର୍ଘଟଣାକୁ ଦେଖି ତୁରନ୍ତ ହିଁ ସ୍ଥାନୀୟ ଲୋକେ କାରରେ ଥିବା ଲୋକଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲ ନେଇଯାଇଥିଲେ । କିନ୍ତୁ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ଦୁର୍ଘଟଣା ପରେ ଏନଏଚ ୪ ଦୀର୍ଘ ସମୟ ପାଇଁ ଜାମ ରହିଥିଲା । କ୍ରେନକୁ ହଟାଇବାକୁ ୩ଟି କ୍ରେନ ବ୍ୟବହାର ହୋଇଥିଲା । ତା ପରେ ରାସ୍ତା ଜାମ ହଟିଥିଲା ।
ଦୁର୍ଘଟଣାରେ କଣ୍ଟେନର ଡ୍ରାଇଭର ଆରିଫ ମଧ୍ୟ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛି । ଦୁର୍ଘଟଣାକୁ ନେଇ ଡ୍ରାଇଭର କହିଛି କି, ଏକ ନୀଳ କାର ପାଇଁ ଦୁର୍ଘଟଣା ହୋଇଥିଲା । କଣ୍ଟେନର ଆଗରେ ଥିବା ନୀଳ କାରଟି ହଠାତ୍ ଆଗରେ ବ୍ରେକ ଦେଇଥିଲା, ଫଳରେ କଣ୍ଟେନର ଡ୍ରାଇଭର ନିଜ ଗାଡି ଉପରୁ ନିୟନ୍ତ୍ରଣ ହରାଇ ବସିଥିଲେ । ସେ ସେହି ନୀଳ କାରକୁ ବଞ୍ଚାଇବାକୁ ଯାଇ ଡିଭାଇଡର ଆଡକୁ ଗାଡି ବୁଲାଇବାକୁ ଚେଷ୍ଟା କରୁଥିବା ବେଳେ ସେପଟରୁ ଏକ କାର ଆସୁଥିବା ଦେଖି ବାମକୁ ଷ୍ଟିୟରିଂ ବୁଲାଇଥିଲେ ।
ଫଳରେ ଭାରସାମ୍ୟ ହରାଇ କଣ୍ଟେନର ଓଲଟି ପଡିଥିଲା କଡରେ ଥିବା ଏସୟୁଭି ଉପରେ ।