Without Internet ୟୁଟ୍ୟୁବ ଭିଡିଓ ଦେଖିବାକୁ ଚାହୁଁଛନ୍ତି କି? ଏହି ଉପାୟ କରି ଭରପୁର ଫାଇଦା ଉଠାନ୍ତୁ

ଓଡିଶା ଭାସ୍କର: ୟୁଟ୍ୟୁବର ବ୍ୟବହାର ବଢ଼ିବାରେ ଲାଗିଲାଣି । କେବଳ ମନୋରଞ୍ଜନ ପାଇଁ ନୁହେଁ ବରଂ ପାଠପଢ଼ାରେ ମଧ୍ୟ ପିଲାମାନେ ୟୁଟ୍ୟୁବକୁ ବହୁତମାତ୍ରାରେ ବ୍ୟବହାର କରିବା ଆରମ୍ଭ କରିଛନ୍ତି । ସେଥିପାଇଁ ଏହାର ବ୍ୟବହାରକୁ ଅଧିକ ସହଜ କରିବା ଉଦ୍ଦେଶ୍ୟରେ ଆମେ ଆଣିଛୁ ଆପଣଙ୍କ ପାଇଁ ଏକ ଉପାୟ । ଯାହାଦ୍ୱାରା ବିନା ଇଣ୍ଟରନେଟରେ ମଧ୍ୟ ଆପଣମାନେ ୟୁଟ୍ୟୁବ୍ ଦେଖିପାରିବେ । ଆବଶ୍ୟକୀୟ ୟୁଟ୍ୟୁବ ଭିଡିଓକୁ ଏବେ ଏସଡିକାର୍ଡରେ ଡାଉନଲୋଡ୍ କରାଯାଇପାରିବ । କାରଣ ପୂର୍ବରୁ ଏ ସୁବିଧା ଉପଲବ୍ଧ ନ ଥିଲା । କିନ୍ତୁ ଏବେ ୟୁଟ୍ୟୁବ ଭିଡିଓକୁ ମୋବାଇଲ ଏସଡି କାର୍ଡରେ ଡାଉନଲୋଡ କରାଯାଇପାରିବ । ଯେମିତି ବିନା ଇଣ୍ଟରନେଟ୍ କନେକ୍ସନରେ ଭିଡିଓ ଦେଖିହେବ । କିଛି ଦେଶରେ ୟୁଟ୍ୟୁବ୍ ପ୍ରିମିୟମ ସବ୍ସ୍କ୍ରାଇବରଙ୍କ ପାଇଁ ଏ ସୁବିଧା ଉପଲବ୍ଧ ରହିଛି ।

ଏ ଫିଚରକୁ ବ୍ୟବହାର କରିବା ପାଇଁ ପ୍ରଥମେ ଫୋନରେ ଏସଡି କାର୍ଡ ସପୋର୍ଟ ଥିବା ନିହାତି ଆବଶ୍ୟକ । ଏସଡି କାର୍ଡକୁ ୟୁଟ୍ୟୁବ ଭିଡିଓ ଡାଉନଲୋଡ୍ କରିବା ପାଇଁ ଡିଫଲ୍ଟ ଷ୍ଟୋରେଜ ଲୋକେଶନ ବାହାର କରିବା ଲାଗି କିଛି ଷ୍ଟେପ୍ ଫଲୋ କରିବାକୁ ପଡ଼ିବ । ପ୍ରଥମେ ୟୁଟ୍ୟୁବରେ ନିଜର ପ୍ରୋଫାଇଲ ପିକଚର ଉପରେ ଟାପ୍ କରି ସେଟିଙ୍ଗକୁ ଯାଇ ସେଥିରେ ଥିବା ବ୍ୟାକଗ୍ରାଉଣ୍ଡ ଆଣ୍ଡ ଡାଉନଲୋଡ୍ସରେ କ୍ଲିକ କରନ୍ତୁ । ଏଠାରେ ଥିବା ୟୁଜ୍ ଏସଡି କାର୍ଡ ଅପଶନକୁ ଇନେବଲ କରିଦିଅନ୍ତୁ ।

ଏହାପରେ ଇଣ୍ଟରନାଲ ଷ୍ଟେରେଜକୁ ଯାଇ ଡାଉନଲୋଡ୍ ଭିଡିଓକୁ ଡିଲେଟ କରିବାକୁ ପଡ଼ିବ । ପରେ ସେଟିଙ୍ଗକୁ ଯାଇ ଭିଡିଓ ଷ୍ଟୋରେଜ୍ ଲୋକେଶନ୍ ଚେକ୍ କରି ଭିଡିଓକୁ ପୁଣିଥରେ ଡାଉନଲୋଡ କରନ୍ତୁ । ଏହାପରେ ଭିଡିଓ ସବୁ ଫୋନର ଇଣ୍ଟରନାଲ ଷ୍ଟୋରେଜରେ ନ ରହି ଏସଡି କାର୍ଡରେ ଷ୍ଟୋର ହୋଇ ରହିବ । ଡାଉନଲୋଡ୍ କରିବା ପୂର୍ବରୁ ଏସଡି କାର୍ଡରେ ପର୍ଯ୍ୟାପ୍ତ ସ୍ପେସ୍ ଅଛି କି ନାହିଁ ତାହାକୁ ଭଲଭାବେ ଦେଖିଦିଅନ୍ତୁ । ଯଦି ସ୍ପେସ୍ ନ ଥିବ ତେବେ ଭିଡିଓ ଡାଉନଲୋଡ୍ ହୋଇପାରିବ ନାହିଁ ।