୨୦୨୫ ପ୍ରଥମ ସପ୍ତାହରେ ରାଜ୍ୟ କଂଗ୍ରେସରେ ନୂଆ ସଭାପତି ନିଯୁକ୍ତି ପାଇବେ

ଭୁବନେଶ୍ୱର- ଓଡିଶା ପ୍ରଦେଶ କଂଗ୍ରେସର ଖାଲିପଡିଥିବା ସଭାପତି ପଦ ଶୀଘ୍ର ପୂରଣ ହେବ । ନୂଆବର୍ଷରେ ପ୍ରଦେଶ କଂଗ୍ରେସ କମିଟି ପାଇବ ନୂଆ ସଭାପତି । ଏମିତି କହିଛନ୍ତି କଂଗ୍ରେସ ସାଂସଦ ସପ୍ତଗିରି ଉଲ୍ଲାକା ।

କିଛି ଦିନର ବ୍ୟବଧାନ ପରେ ପୁଣି ଚର୍ଚ୍ଚାକୁ ଆସିଛି ପିସିସି ସଭାପତି ନିଯୁକ୍ତି । ସୋମବାର ଦିନ ସପ୍ତଗିରି ଉଲ୍ଲାକା କହିଛନ୍ତି କି, ନୂଆବର୍ଷରେ ପିସିସି ତାର ନୂଆ ସଭାପତି ପାଇବ । ୨୦୨୫ ପ୍ରଥମ ସପ୍ତାହରେ ନିମ ଘୋଷଣା କରିବ କେନ୍ଦ୍ରୀୟ ନେତୃତ୍ୱ ବୋଲି କହିଛନ୍ତି ସପ୍ତଗିରି ଉଲ୍ଲାକା । ଏଥିସହ ସେ କହିଛନ୍ତି କି, ସଭାପତି ନିଯୁକ୍ତି ଆଗରୁ ରାଜ୍ୟ ନେତା ଦିଲ୍ଲୀ ଯିବେ । ସେଠାରେ ନେତାଙ୍କ ସହ କେନ୍ଦ୍ରୀୟ ନେତୃତ୍ୱ ସଭାପତି ଚୟନକୁ ନେଇ ଆଲୋଚନା କରିବେ । ତେବେ ପ୍ରଥମ ସପ୍ତାହ ଭିତରେ ଏହି କାମ ସରିବ ତଥା ନୂଆ ସଭାପତି ପ୍ରଥମ ସପ୍ତାହରେ ହିଁ ମିଳିଯିବେ ବୋଲି ଆଶାବାଦୀ ଅଛନ୍ତି ଉଲ୍ଲାକା ।

ତେବେ କିଏ ଏହି ପଦରେ ବସିବେ ତାକୁ ନେଇ ଉଲ୍ଲାକା କିଛି କହିନାହାନ୍ତି । ତେବେ ହାଇକମାଣ୍ଡ ଯାହାଙ୍କୁ ବାଛିବେ ସମସ୍ତେ ତାଙ୍କୁ ଗ୍ରହଣ କରିବେ ବୋଲି କହିଛନ୍ତି ସାଂସାଦ