୧୫୦ ଫୁଟ ଗଭୀର ବୋରୱେଲରେ ଖସିପଡିଛି ୩ ବର୍ଷ ଶିଶୁକନ୍ୟା, ଶୁଭୁଛି କାନ୍ଦଣା

ଜୟପୁର- ରାଜସ୍ଥାନରେ ଆଉ ଏକ ବୋର ୱେଲ ଟ୍ରାଜେଡି । ଜୟପୁର ନିକଟ କୋଟପୁତଲି ଅଞ୍ଚଳରେ ସୋମବାର ଦିନ ଏକ ତିନି ବର୍ଷର ଶିଶୁ କନ୍ୟା ୧୫୦ ଫୁଟ ଗଭୀର ଗାତରେ ଖସି ପଡିଛି । ପୋଲିସ ପ୍ରଶାସନ ଶିଶୁର ଉଦ୍ଧାର କାମରେ ଲାଗିପଡିଛନ୍ତି । ପିଲାଟି ବୋର ୱେଲ ମଝିରେ ଫସିଯାଇଛି । ରେସ୍କ୍ୟୁ ଅପରେସ ଜାରି ରହିଥିବା ବେଳେ ସେଠାରେ ଲୋକଙ୍କ ଗହଳି ମଧ୍ୟ ବଢିବାରେ ଲାଗିଛି ।

କୋଟପୁତଲିର କିରତପୁରା ବଡିୟାଲି ଗାଁରେ ସୋମବାର ଅପରାହ୍ନ ପ୍ରାୟ ଦେଢଟାରେ ଏହି ଅଘଟଣ ଘଟିଛି । ଭୁପେନ୍ଦ୍ର ଚୌଧୁରୀଙ୍କ ତିନି ବର୍ଷର ଝିଅ ଚେତନା ଖଳୁ ଖେଳୁ ଖୋଲା ବୋର ୱେଲରେ ପଡିଯାଇଥିଲା । ଖବର ମିଳିବ ମାତ୍ରେ ପୋଲିସ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚିଥିଲା । ଗାତ ଭିତରେ ପଡି ପିଲାଟି ଜୋର ଜୋର କାନ୍ଦୁଥିଲା । ତକ୍ରାଳ ଜେସିବି ଘଟଣାସ୍ଥଳକୁ ଡକାଗଲା । ସ୍ଥାନୀୟ ହସ୍ପିଟାଲରୁ ଆମ୍ବୁଲାନ୍ସ ସହ ଡାକ୍ତର ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।

ଏହି ବୋର ୱେଲରୁ ଦୁଇ ଦିନ ତଳେ ପାଇପ ବାହାର କରାଯାଇଥିଲା । ହେଲେ ତାକୁ ଘୋଡାଇବାକୁ ସମସ୍ତେ ଭୁଲି ଯାଇଥିଲେ । ତେବେ ପୋଲିସ ପ୍ରଶାସନ ତଥା ଅଗ୍ନଶମ ବାହିନୀ ପିଲାଟିକୁ ସୁରକ୍ଷିତ ଉଦ୍ଧାର କରିବା କାମରେ ଲାଗିଛନ୍ତି । ତେବେ ଏହିପରି ଘଟଣା ରାଜସ୍ଥାନରେ ନିକଟ ଅତୀତରେ ମଧ୍ୟ ହୋଇଥିଲା । ଚଳିଚ ମାସ ଦ୍ୱିତୀୟ ସପ୍ତାହରେ ଦୌସା ଜିଲ୍ଲାରେ ସମାନ ଘଟଣା ଘଟିଥିଲା . ଦୀର୍ଘ ୫୬ ଘଣ୍ଟା ଧରି ଅପରେସନ ଚାଲିଥିଲା । ହେଲେ ପୀଡିତ ଶିଶୁ ପୁତ୍ରକୁ ଜୀବିତ ଉଦ୍ଧାର କରାଯାଇ ପାରି ନ ଥିଲା ।