ଭୁବନେଶ୍ବର: ଖୁବ୍ଶୀଘ୍ର ଭୁବନେଶ୍ୱରରେ ଆରମ୍ଭ ହେବ କୁକୁର ବନ୍ଧ୍ୟାକରଣ । ଆଉ ଭୋଗିବାକୁ ପଡିବନି ସମସ୍ୟା । କୁକୁର ଆତଙ୍କ ବଢ଼ିଥିବା ସ୍ୱୀକାର କରିବା ସହିତ ଏନେଇ ଘୋଷଣା କରିଛନ୍ତି ଭୁବନେଶ୍ବର ମେୟର ସୁଲୋଚନା ଦାସ । ଦୀର୍ଘଦିନ ବନ୍ଧ୍ୟାକରଣ ବନ୍ଦ ଥିବାରୁ କୁକୁରଙ୍କ ସଂଖ୍ୟା ବଢିଚାଲିଥିବା ବେଳେ ବିଏମ୍ସି ହସ୍ପିଟାଲକୁ ଦିଆଯାଇଥିବା ୫୦୦ ଟୀକା ଦେଢ଼ ମାସରେ ସରିଯାଇଛି । ହାଇକୋର୍ଟରେ କେସ୍ ସରିଥିବାରୁ ପୁଣି ବନ୍ଧ୍ୟାକରଣ ଆରମ୍ଭ ହେବ ବୋଲି ଘୋଷଣା କରିଛନ୍ତି ଭୁବନେଶ୍ବର ମେୟର ।