ପିଲାଙ୍କ ପାଇଁ କେତେ ସୁରକ୍ଷିତ କାରର ଏୟାର ବ୍ୟାଗ?

ନୂଆଦିଲ୍ଲୀ- ସାଇସ ମିସ୍ତ୍ରୀଙ୍କ ମୃତ୍ୟୁ ସାରା ଦେଶକୁ ଦୋହଲାଇ ଦେଇଥିଲା । ଏହା ପରେ ସବୁ କାରରେ ଏୟାର ବ୍ୟାଗ ଲଗାଇବାକୁ ଆରମ୍ଭ ହୋଇଥିଲା ଅଭିଯାନ । ହେଲେ ସେହି ଏୟାର ବ୍ୟାଗ ପାଇଁ ଚାଲିଯାଇଛି ୬ ବର୍ଷର ଶିଶୁର ଜୀବନ । ମୁମ୍ବାଇର ବାଶୀରେ ଜଣେ ଶିଶୁର ଜୀବନ ନେଇଛି ଏୟାର ବ୍ୟାଗ ।

ତଦନ୍ତ ପରେ ଜଣାପଡିଛି, କାରର ଏୟାର ବ୍ୟାଗ ଖୋଲିବା କାରଣରୁ ଆଗ ସିଟରେ ବସିଥିବା ୬ ବର୍ଷର ପିଲାଟିର ଶରୀରରେ ଆଭ୍ୟନ୍ତରୀଣ କ୍ଷତି ଘଟି ତାର ମୃତ୍ୟୁ ହୋଇଛି ।

ଡାକ୍ତର ଅନୁମାନ କରୁଛନ୍ତି କି, ପଲିଟ୍ରୋମା କାରଣରୁ ପିଲାଟି ମାନସିକ ସ୍ଥିରତା ହରାଇ ବସିଲା ଓ ଆଭ୍ୟନ୍ତରୀଣ ରକ୍ତସ୍ରାବ ହୋଇ ମୃତ୍ୟୁ ହେଲା ।

କାରରେ ମୃତ ହର୍ଷ ସହ ତାର ଆଉ ତିନି ଭାଇ, ଭଉଣୀ ଓ ବାପା ଥିଲେ । ସେମାନଙ୍କୁ ହାଲକା ଆଘାତ ଲାଗିଛି ।

ତେବେ କାର ଯାତ୍ରା କାଳରେ ଏୟାର ବ୍ୟାଗ ଯାତ୍ରୀଙ୍କ ସୁରକ୍ଷା ପାଇଁ ହୋଇଥିବା ବେଳେ କିନ୍ତୁ ଅନେକ ସମୟରେ ଏହା ମୁହଁ, ପେଟକୁ ଆଘାତ ଦେଇପାରେ ବୋଲି ହର୍ଷର ମୃତ୍ୟୁ ପରେ ତଥ୍ୟ ସାମ୍ନାକୁ ଆସିଛି ।

ବିଶେଷଜ୍ଞ କହୁଛନ୍ତି, ବିଶେଷ ରୂପେ ୧୩ ବର୍ଷରୁ କମ ବୟସର ପିଲାଙ୍କୁ ଆଗ ସିଟରେ ବସାଇବା ଉଚିତ ନୁହେଁ ।

ସୂଚନା ଯୋଗ୍ୟ, ମୃତ ହର୍ଷଙ୍କ ବାପା ଷ୍ଟେସନାରୀ ଦୋକାନ ଚଳାନ୍ତି । ସେ ତାଙ୍କ ଭାଇ ସହ ବାଶୀରେ ରହୁଥିଲେ । ଶନିବାର ବିଳମ୍ବିତ ରାତିରେ ଘରକୁ ଫେରିବା ପରେ ହର୍ଷ ଓ ଅନ୍ୟ ପିଲାମାନେ ଗୁପଚୁପ ଖାଇବାକୁ ବାଧ୍ୟ କରିଥିଲେ । ରାତି ୧୧ଟା ୩୦ ମିନିଟରେ ସେମାନେ ସେକ୍ଟର ୨୮ ଦେଇ ଯାଉଥିବା ବେଳେ ଆଗରେ ଯାଉଥିବା ଏକ ଏସୟୁଭି ଡିଭାଇଡରରେ ପିଟିହୋଇଗଲା ।

ଦୁର୍ଘଟଣାରେ ଏସୟୁଭିର ପଛ ଅଂଶ ପ୍ରାୟ ୬-୭ ଫୁଟ ଉପରକୁ ଉଠି ହର୍ଷ ବସିଥିବା କାର ବନେଟ ଉପରେ ପଡିଲା ଓ ଏୟାର ବ୍ୟାଗ ତୁରନ୍ତ ଖୋଲିଗଲା । ଏୟାର ବ୍ୟାଗ ସହ ଧକ୍କା ଖାଇ ହର୍ଷ ବେହୋସ ହୋଇଯାଇଥିଲା ।