ନୂଆଦିଲ୍ଲୀ: ସଂସଦ ବାହାରେ ଅଭାବନୀୟ ଘଟଣା । ସଂସଦ ବାହାରେ ବ୍ୟକ୍ତିଜଣକ ଯାହା କରିଲେ ତାହା ଦେଖି ସମସ୍ତେ ଆବାକ ହୋଇଯାଇଛନ୍ତି ।ବ୍ୟକ୍ତିଜଣକ ନିଜକୁ ନିଆଁ ଲଗାଇଦେଇଛନ୍ତି । ତେବେ ଯୁବକଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୁରକ୍ଷାବଳୟ ଭିତରେ ଏପରି କାଣ୍ଡ ଅନେକ ପ୍ରଶ୍ନବାଚୀ ସୃଷ୍ଚି କରିଛି ।
ପୋଲିସର କହିବା ଅନୁସାରେ, ବ୍ୟକ୍ତିଜଣକ ପ୍ରଥମେ ରେଳ ଭବନ ନିକଟରେ ରହିଥିବା ଏକ ପାର୍କରେ ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ । ଏହାପରେ ସଂସଦ ଭବନକୁ ଦୌଡି ଆସିଥିଲେ । ଏନେଇ ଲୋକେ ଦେଖିବା ପରେ ଦିଲ୍ଲୀ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଏକ କମ୍ବଳରେ ଘୋଡାଇ ନିଆଁ ଲିଭାଇବା ପାଇଁ ଚେଷ୍ଚା କରିଥିଲା । ଏହାପରେ ଅଗ୍ନିଶମ ବାହୀନି ଘଟଣାସ୍ଥଳରେ ପହଞ୍ଚିଥିଲେ । ତେବେ ବ୍ୟକ୍ତିଜଣକ ଏଭଳି କାହିଁକି କଲେ ସେନେଇ ସ୍ପଷ୍ଟ ସୂଚନା ମିଳିପାରି ନାହିଁ ।
ଖବର ପାଇ ସାଇଣ୍ଚିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ । ବ୍ୟକ୍ତିଙ୍କ ନିକଟରୁ ଅଧା ପୋଡା ନୋଟ୍ ଜବତ କରାଯାଇଛି । ପୋଲିସ ଏହାକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ ବ୍ୟକ୍ତିଙ୍କର ଅବସ୍ଥା ଗୁରୁତର ରହିଛି ।