OPSC ଜାରି କଲା OCS ପ୍ରିଲିମ୍ସ Answer Key, ୩୦ ଭିତରେ ପରୀକ୍ଷାର୍ଥୀ ଦେଇପାରିବେ ନିଜ Suggestion

ଭୁବନେଶ୍ୱର– ଓଡିଶା ପବ୍ଲିକ ସର୍ଭିସ କମିଶନ (ଓପିଏସସି) ଗତ ବର୍ଷର ଓଡିଶା ସିଭିଲ ସର୍ଭିସେସ ପ୍ରିଲିମ୍ସର ଆନ୍ସର କି ଜାରି କରିଛନ୍ତି । ଏହି ଆନସର କି ସବୁକୁ ଯୋଗ୍ୟ ପ୍ରାର୍ଥୀମାନେ ଅଫିସିଆଲ ୱେବସାଇଟ opsc.gov.in.ରୁ ଡାଉନଲୋଡ କରିପାରିବେ ।

ଏହି ପରୀକ୍ଷା ଡିସେମ୍ବର ୧୫, ୨୦୨୪ରେ ଅନୁଷ୍ଠିତ ହୋଇଥିଲା । ୩୯୯ ଖାଲି ପଦ ପୂରଣ ପାଇଁ ଏହି ଏହି ନିଯୁକ୍ତି ଅଭିଯାନ ହୋଇଥିଲା, ଏଥିରେ ଉଭୟ ଗ୍ରୁପ ଏ ଓ ବି ପୋଷ୍ଟ ସବୁ ରହିଛି ।

ଓସିଏସ ଗ୍ରୁପ ଏ ପୋଷ୍ଟ ପାଇଁ ଦରମା ୫୬,୧୦୦ ଟଙ୍କା ରହିଛି ।

ସେହିପରି ଗ୍ରୁପ ବି ପୋଷ୍ଟ ପାଇଁ ମାସିକ ଦରମା ୪୪.୯୯୦ ଟଙ୍କା ରହିଛି ।

ତେବେ ଏହି ପ୍ରିଲିମ୍ସ ଆନସର କି ୨୦୨୩ ଡାଉନ ଲୋକ କେମିତି କରିବେ ଆସନ୍ତୁ ଜାଣିବେ ।

ପ୍ରଥମେ ଓପିଏସସିର ଅଫିସିଆଲ ୱେବସାଇଟ opsc.gov.in.କୁ ଭିଜିଟ କରିବାକୁ ହେବ ।

ସାଇଟର ହୋମ ପେଜରେ ଓସିଏସ ପ୍ରିଲିମସ ଆନସର କି ୨୦୨୩ ଲିଙ୍କକୁ କ୍ଲିକ କରିବାକୁ ପଡିବ ।

ଏହା ପରେ ନିଜର ଲଗଇନ ସମ୍ପର୍କିତ ସବିଶୋ ତଥ୍ୟ ଦେଇ ସବମିଟ କରିବାକୁ ହେବ ।

ଏହା ପରେ ନିଜର ଆନସର କି ଦେଖି ତାକୁ ଡାଉନ ଲୋଡ କରିବାକୁ କୁହାଯିବ ।

ତେବେ ପରୀକ୍ଷାକୁ ନେଇ ନିଜର କିଛି ପରାମର୍ଶ ରହିଥିଲେ ତାକୁ ମଧ୍ୟ ଆଶାୟୀ ଦାଖଲ କରିପାରିବେ ।

ନିଜର ପରାମର୍ଶ ଡିସେମ୍ବର ୩୦ ମଧ୍ୟରେ ଦାଖଲ କରିବାକୁ କର୍ତ୍ତୃପକ୍ଷଙ୍କ ତରଫରୁ କୁହାଯାଇଛି ।

ତେବେ ଏହି ଚୟନ ପ୍ରକ୍ରିୟା ପ୍ରିଲିମସ, ମେନ୍ସ ଓ ଭାଇବାକୁ ନେଇ କରାଯିବ ।