ଭୁବନେଶ୍ବର: 2 ଦିନର ବିରତି ପରେ ଆଜି ରାଜ୍ୟରେ ପୁଣିଥରେ ବର୍ଷା ଦେଖାଯିବାର ସମ୍ଭାବନା ରହିଛି । ଆଜି ଏବଂ ଆସନ୍ତାକାଲି ରାଜ୍ୟର କିଛି ସ୍ଥାନରେ ବର୍ଷା ହେବା ନେଇ ସମ୍ଭାବନା ରହିଥିବା କଥା କହିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ । ପଶ୍ଚିମାଝଡ ପ୍ରଭାବରେ ଏହି ବର୍ଷା ହେବା ନେଇ କୁହାଯାଇଛି । ବିଶେଷକରି ପଶ୍ଚିମ ଏବଂ ଉତ୍ତର ଓଡିଶାରେ ବର୍ଷାର ସମ୍ଭାବନା ରହିଛି ।
ପାଣିପାଗ ବିଭାଗର ଆକଳନ ଅନୁସାରେ ଆଜି ବରଗଡ, ବଲାଙ୍ଗୀର, ନୂଆପଡା, ଝାରସୁଗୁଡା, ସୁନ୍ଦରଗଡ, ସୋନପୁର ଏବଂ ସମ୍ବଲପୁରରେ ବର୍ଷାର ସମ୍ଭାବନା ରହିଛି । ବାକି ଅଞ୍ଚଳରେ ଆଜି ପାଗ ଶୁଖିଲା ରହିଛି । ସେହିପରି ଆସନ୍ତାକାଲି ଅର୍ଥାତ୍ ରବିବାର ଦିନ ସୁନ୍ଦରଗଡ, କେନ୍ଦୁଝର, ଝାରସୁଗୁଡା, କନ୍ଧମାଳ ଏବଂ କଳାହାଣ୍ଡିରେ ବର୍ଷାର ସମ୍ଭାବନା ରହିଛି । ଏହା ବ୍ୟତୀତ ଅନ୍ୟ ସବୁ ସ୍ଥାନରେ ପାଗ ଶୁଖିଲା ରହିବା ନେଇ କୁହାଯାଇଛି । ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଉପକୂଳ କିମ୍ବା ଏହାର ସଂଲଗ୍ନ ଅଞ୍ଚଳରେ ଆଜି ବର୍ଷା ହେବାର ସମ୍ଭାବନା ରହିଛି । ପାଗ ପୁରା ଶୁଖିଲା ରହିଛି । କାଁଭାଁ ସ୍ଥାନରେ ପାଗ କୋହଲା ରହିପାରେ । ତେବେ ବର୍ଷା ଛାଡିବା ପରେ ଶୀତର ପ୍ରକୋପ ବୃଦ୍ଧି ପାଇବ । ସାରା ରାଜ୍ୟରେ 30 ତାରିଖ ବେଳକୁ ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ରହିଛି । ନୂଆବର୍ଷରେ ଶୀତର ପ୍ରକୋପ ବୃଦ୍ଧି ପାଇବ ବୋଲି କୁହାଯାଇଛି ।