Ignouରେ ଆରମ୍ଭ ହେଲା ନାମଲେଖା ପ୍ରକ୍ରିୟା, ଏହି ଦିନ ରହିଛି ଲାଷ୍ଟ ଡେଟ୍

ଭୁବନେଶ୍ବର: ଇଗ୍ନୋରେ ଆରମ୍ଭ ହେଲା ନାମଲେଖା ପ୍ରକ୍ରିୟା । ଇନ୍ଦିରା ଗାନ୍ଧୀ ରାଷ୍ଚ୍ରୀୟ ମୁକ୍ତ ବିଦ୍ୟାଳୟ(ଇଗ୍ନୋ)ରେ ଜାନୁଆରୀ 25 ଶିକ୍ଷାବର୍ଷା ପାଇଁ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ନାମଲେଖା ପ୍ରକ୍ରିୟା ଜାନୁଆରୀ 31 ତାରିଖ ଯାଏଁ ଜାରି ରହିବ । ସ୍ନାତକ, ସ୍ନାତକୋତ୍ତର, ପିଜି ଡିପ୍ଲୋମା ଓ ସାର୍ଟିଫିକେଟ ପ୍ରୋଗ୍ରାମ ପାଇଁ ନାମଲେଖାଇ ପାରିବେ ଛାତ୍ରଛାତ୍ରୀ । ଏନେଇ ଇଗ୍ନୋ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ନାମଲେଖା ପାଇଁ କିଛି ଫି ରହିଥିବା ବେଳେ ଅନୁସୂଚିତ ଜାତି ଏବଂ ଜନଜାତି ଆବେଦନକକାରୀଙ୍କ ପାଇଁ ନାମଲେଖା ଦେୟ ଓ ପୁନଃ ପଞ୍ଜିକରଣ ଦେୟ ଛାଡ କରାଯାଇଛି । କିନ୍ତୁ ଯେଉଁ ଅନୁସୂଚିତ ଜାତି ଏବଂ ଜନଜାତି ଛାତ୍ରଛାତ୍ରୀ ଅନ୍ୟ କୌଣସି ସୁତ୍ରରୁ ରିହାତି ସୁବିଧା ପାଉଥିବେ ସେମାନେ ଏହି ରିହାତି ପାଇଁ ଯୋଗ୍ୟ ହେବେ ନାହିଁ । ଏନେଇ ଇଗ୍ନୋ ପକ୍ଷରୁ ସୂଚନା ଦିଆଯାଇଛି । ଚଳିତ ବର୍ଷ ଠାରୁ ଆରମ୍ଭ ହୋଇଥିବା ସ୍ନାତକୋତ୍ତର ଏବଂ ବ୍ୟାଚଲର ଅଫ ସାଇନ୍ସ ପ୍ରୋଗ୍ରାମରେ ମଧ୍ୟ ନାମଲେଖା ହେବ । ଏନେଇ ଛାତ୍ରଛାତ୍ରୀମାନେ www.ignou.ac.in ଓ୍ବେବସାଇଟକୁ ଯାଇ ସବିଶେଷ ତଥ୍ୟ ପାଇପାରିବେ ।