କ୍ରିମିନାଲ ରେକର୍ଡ ଥିବା ସେବାୟତଙ୍କୁ ଶ୍ରୀମନ୍ଦିର ପରିଚାଳନା କମିଟିରେ ମିଳିବନି ସ୍ଥାନ, ନୂଆ ଗାଇଡଲାଇନ ଜାରି

ପୁରୀ: ଶ୍ରୀମନ୍ଦିରର ପରିଚାଳନା କମିଟି ଗଠନ ପାଇଁ ନୂଆ ଗାଇଡଲାଇନ ଜାରି ହୋଇଛି । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଅତିରିକ୍ତ ଚିଠି ଲେଖିଛନ୍ତି । ୭ଟି ଫର୍ମୁଲା ଆପଣାଇବା ପାଇଁ ଏହି ଚିଠିରେ ଉଲ୍ଲେଖ ଅଛି । ସରକାରଙ୍କ ଦ୍ୱାରା ୫ଜଣ ସେବାୟତ କମିଟିକୁ ମନୋନୀତ ହେବେ । ଏହି ଚିଠିରେ ଉଲ୍ଲେଖ ଅଛି ଯେ, ଯେଉଁ ସେବାୟତମାନଙ୍କର କ୍ରିମିନାଲ ରେକର୍ଡ ଅଛି, ସେମାନଙ୍କୁ ଏହି କମିଟିରେ ସ୍ଥାନ ମିଳିବ ନାହିଁ ।

ନୂଆବର୍ଷରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥାକୁ ନେଇ ଖବର ଆସିଥିଲା। ଏନେଇ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ କହିଛନ୍ତି, “ଏବେ ହେବନି ଶ୍ରୀମନ୍ଦିରରେ ଦର୍ଶନ ଟ୍ରାଏଲ୍ ରନ୍ । ନୂଆବର୍ଷରେ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ଗଙ୍ଗାସ୍ନାନ ପଡ଼ୁଥିବାରୁ ଜାନୁଆରୀ ୨୦ ଯାଏଁ ଏହି ଭିଡ଼ ରହିବ । ତେବେ ଜାନୁଆରୀ ୨୦ ତାରିଖରୁ ୨୨ ମଧ୍ୟରେ ଏହି ଧାଡ଼ି ଦର୍ଶନ ପୂର୍ଣ୍ଣାଙ୍ଗ ବ୍ୟବସ୍ଥା ଲାଗୁ କରାଯିବ ।”