fbpx

ସୁସ୍ଥ ହେବାର ୨ ମାସ ପରେ ପୁଣି ଦେଖାଦେଉଛି କରୋନା ଲକ୍ଷଣ

ସାରା ବିଶ୍ୱରେ ଏବେ କରୋନାକୁ ନେଇ ଚିନ୍ତା । ଡାକ୍ତରଖାନାରେ ସୁସ୍ଥ ହୋଇ ଘରକୁ ଫେରୁଥିବା ବ୍ୟକ୍ତିଙ୍କଠାରେ ଅନେକ ସପ୍ତାହ ପରେ ପୁଣି କରୋନା ଲକ୍ଷଣ ଦେଖାଯାଉଛି । ଜାମା ଜର୍ନାଲରେ ପ୍ରକାଶିତ ଏକ ଅଧ୍ୟୟନରେ ଏହି ତଥ୍ୟ ଦିଆଯାଇଛି । ଇଟାଲୀର ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଛନ୍ତି ଯେ, କରୋନା ମହାମମାରୀ ଆରମ୍ଭ ହେବାର ୨ ମାସ ପରେ ଲୋକମାନଙ୍କୁ ଥକ୍କା ଅନୁଭବ କରିବା ଭଳି ଲକ୍ଷଣ ଦେଖାଦେଉଛି ।

ଇଟାଲୀରେ ୧୪୩ ଜଣଙ୍କ ଉପରେ ଏହି ରିସର୍ଚ୍ଚ କରାଯାଇଥିଲା, ଯେଉଁମାନେ କରୋନାରେ ସଂକ୍ରମିତ ହୋଇଥିଲେ ଓ ସେମାନଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଗଲା । ଅଧ୍ୟୟନରେ ଜଣାପଡିଲା ଯେ, ୯୦ ଲୋକଙ୍କଠାରେ ମହାମାରୀ ଆରମ୍ଭ ହେବାର ୨ ମାସ ପରେ ବି କିଛି ଲକ୍ଷଣ ଦେଖାଯାଉଛି । ଏହା ସହିତ ଥକ୍କା ଅନୁଭବ କରିବା, ନିଶ୍ୱାସ ନେବାରେ କଷ୍ଟ, ଗଣ୍ଠି ଯନ୍ତ୍ରଣା ଆଦି ଲକ୍ଷଣ ସାମିଲ ରହିଛି ।

Get real time updates directly on you device, subscribe now.