ଏହି ଖେଳାଳି ଅଚାନକ କଲେ ସନ୍ନ୍ୟାସ ନେବାର ଘୋଷଣା, ଟିମ ଇଣ୍ଡିଆକୁ ୱାର୍ଲଡ କପରେ ଦେଇଥିଲେ ଗଭୀର ଆଘାତ
ନ୍ୟୁଜିଲ୍ୟାଣ୍ଡର ୩୮ ବର୍ଷୀୟ ଖେଳାଳି ମାର୍ଟିନ ଗପ୍ଟିଲ କ୍ରିକେଟରୁ ସନ୍ନ୍ୟାସ ନେବା ପାଇଁ ଘୋଷଣା କରିଛନ୍ତି। ସେ ନ୍ୟୁଜିଲ୍ୟାଣ୍ଡ ପାଇଁ ତିନୋଟି ଫର୍ମାଟରେ କ୍ରିକେଟ ଖେଳିଛନ୍ତି ଏବଂ ସେ ୱାନଡେ ୱାର୍ଲଡ କପରେ କିୱି ଟିମ ପାଇଁ ଦ୍ୱିତୀୟ ଶତକ ହାସଲ କରିଥିବା ଏକମାତ୍ର ବ୍ୟାଟ୍ସମ୍ୟାନ୍ ହୋଇଥିଲେ।
ନୂଆଦିଲ୍ଲୀ: ନ୍ୟୁଜିଲ୍ୟାଣ୍ଡର ଷ୍ଟାର କ୍ରିକେଟର ମାର୍ଟିନ ଗପ୍ଟିଲ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେବାର ଘୋଷଣା କରିଛନ୍ତି। ସେ ୧୪ ବର୍ଷର ଲମ୍ବା କ୍ୟାରିୟରରେ କିୱି ଟିମକୁ ଆନେକ ମ୍ୟାଚରେ ଜିତାଇଛନ୍ତି ଏବଂ ନିଜର ଦମଦାର ବ୍ୟାଟିଂରେ ଅନେକ ରେକର୍ଡ ଭାଙ୍ଗିଛନ୍ତି।
ସେ ନ୍ୟୁଜିଲ୍ୟାଣ୍ଡ ପାଇଁ ୱାନଡେ’ କ୍ରିକେଟରେ ସବୁଠୁ ଅଧିକ ରନ କରିବା ମାମଲାରେ ତୃତୀୟ ନମ୍ବରରେ ରହିଛନ୍ତି। ସେ ବର୍ତ୍ତମାନ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଲେ ସୁଦ୍ଧା ଫ୍ରାଞ୍ଚାଇଜ କ୍ରିକେଟ ଖେଳିବା ଜାରି ରଖିବେ।
ମାର୍ଟିନ ଗପ୍ଟିଲ ନିଜ ସନ୍ନ୍ୟାସ ନେବା ନେଇ କହିଛନ୍ତି, ‘ଗୋଟେ ଛୋଟ ପିଲା ଭାବେ ନ୍ୟୁଜିଲ୍ୟାଣ୍ଡ ପାଇଁ ଖେଳିବା ସର୍ବଦା ମୋର ସ୍ୱପ୍ନ ଥିଲା ଏବଂ ନିଜ ଦେଶ ପାଇଁ ୩୬୭ ମ୍ୟାଚ ଖେଳିବା ଭାଗ୍ୟଶାଳୀ ଏବଂ ଗୌରବ ଅନୁଭବ କରୁଛି। ମୁଁ ଟିମ ସହ ବିତାଇଥିବା ସମୟକୁ ସର୍ବଦା ସାଇତିକି ରଖିବି। ମୁଁ ନିଜ ଟିମ ସହ ଏବଂ କୋଚିଂ ଷ୍ଟାଫଙ୍କୁ ବହୁତ ସାରା ଧନ୍ୟବାଦ ଦେବାକୁ ଚାହୁଁଛି, ବିଶେଷ ଭାବେ ମାର୍କ ଓ’ଡୋନେଲଙ୍କୁ, ସେ ଅଣ୍ଡର ୧୯ ସ୍ତରରୁ ମୋତେ ଟ୍ରେନିଂ ଏବଂ ମୋର କ୍ୟାରିୟରରେ ଲଗାତାର ସପୋର୍ଟ କରିଆସୁଛନ୍ତି।’