ଯାଜପୁର: (ଓଡ଼ିଶା ଭାସ୍କର) ଶେଷରେ ରୋଡ଼ ରୋମିଓ କୁ ବାନ୍ଧିଛି ବରୀ ପୋଲିସ । ସୂଚନାଯୋଗ୍ୟ ବିଚ୍ ରାସ୍ତା ଉପରେ ଦୁଇ ଜଣ କଲେଜ ଛାତ୍ରୀଙ୍କୁ ମାଡ଼ ମରାଯାଉଥିବାର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା ।
ଉକ୍ତ ଛାତ୍ରୀ ଦୁଇଜଣ ଗୋପବନ୍ଧୁ ଚୌଧୁରୀ ମହାବିଦ୍ୟାଳୟର ହୋଇଥିବା ଜଣାପଡ଼ିଥିଲା । ଏହି ଘଟଣାକୁ ନେଇ ଉକ୍ତ ଛାତ୍ରୀଙ୍କ ପରିବାର ପକ୍ଷରୁ ବରୀ-ରାମଚନ୍ଦ୍ରପୁର ଥାନାରେ ଲିଖିତ ଅଭିଯୋଗ ହୋଇଥିଲା ।
ଅଭିଯୋଗକୁ ଭିତ୍ତି କରି କେଶନଂ -୧୦/୨୫ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରି ଆଜି ମୁଖ୍ୟ ଅଭିଯୁକ୍ତ ସହ ଜଣେ ସହଯୋଗୀକୁ ଗିରଫ କରିଛି ବରୀ ପୋଲିସ ।
ଗିରଫ ଅଭିଯୁକ୍ତ ବରୀ ପଂଚାୟତର ପ୍ରଶ୍ନନଜିତ ସେଠୀ ଓ ସତ୍ୟରଞ୍ଜନ ଯେନା ବୋଲି ପୋଲିସ ସୂତ୍ରରୁ ସୂଚନା ମିଳିଛି । ତେବେ ଅନ୍ୟ ଜଣେ ସହଯୋଗୀ ତାପସ ଯେନା ଯିଏ ବର୍ତ୍ତମାନ ଫେରାର ଅଛି ।
ସେପଟେ ଫେରାର ତାପସ ଯେନାକୁ ଧରିବାକୁ ପୋଲିସ ଉଦ୍ୟମ ଜାରି ରଖିଛି ।