Breaking: ତେଜୁଛି ବାଲି ରାଜନୀତି… ବିରୋଧୀଙ୍କ ଉପରେ ରାଗିଲେ ରାଜସ୍ୱମନ୍ତ୍ରୀ: କହିଲେ ବାଲି ଖୋଳାଯାଏନି ସଂଗ୍ରହ କରାଯାଏ

ଭୁବନେଶ୍ୱର: ଭାଜପା ସରକାର ଶାସନଗାଦିରେ ବସିବା ପରଠାରୁ ପୂର୍ବ ସରକାର ସେମାନଙ୍କ ଟାର୍ଗେଟରେ ଆସିଯାଇଛି । ପୂର୍ବର ବିଜେଡି ସରକାର କରିଥିବା ବିଭିନ୍ନ ନିୟମ କାନୁନ୍ ବର୍ତ୍ତମାନର ସରକାରଙ୍କ ପସନ୍ଦ ଆସୁନାହିଁ ।

ଏଭିତରେ ଗୁଡ଼ାଏ ଜିନିଷର ପରିବର୍ତ୍ତନ ମଧ୍ୟ କରିସାରିଲେଣି ଏବେର ସରକାର । ଏବେ ବାଲିକୁ ନେଇ ଦୁହିଁଙ୍କ ଭିତରେ ତୁ ତୁ ମେ ମେ ଆରମ୍ଭ ହୋଇଯାଇଛି । ବିଜେଡି ସରକାର ଶାସନରେ ଥିବା ସମୟରେ ବାଲିକୁ ରାଜସ୍ୱ ବିଭାଗରୁ ଅଲଗା କରିଥିଲା ।

ଯାହାକୁ ନେଇ ଏବେ କ୍ଷୋଭ ପ୍ରକାଶ କରିଛନ୍ତି, ବର୍ତ୍ତମାନର ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ସେ ବିରୋଧୀ ଦଳରକୁ ପ୍ରଶ୍ନ କରିଛନ୍ତି ଯେ, ପୂର୍ବ ସରକାର କାହିଁକି ବାଲିକୁ ଖଣି ବିଭାଗକୁ ଦେଲେ? ବାଲି ଖଣିଜ ପଦାର୍ଥର ତାଲିକାଭୁକ୍ତ ହେଲା କେମିତି?

ବାଲି ଖନନ ହୁଏ ନାହିଁ ବରଂ ସଂଗ୍ରହ କରାଯାଏ ବୋଲି କହିଛନ୍ତି ସୁରେଶ ପୂଜାରୀ । ଏଥିସହ ବିରୋଧୀ ଦଳର କାର୍ଯ୍ୟକୁ ନେଇ ମନ୍ତ୍ରୀ ଅସନ୍ତୋଷ ପ୍ରକାଶ କରିଛନ୍ତି ।