ଏହି ଗାଁରେ Nude ରୁହନ୍ତି ସମସ୍ତେ: ମହିଳା କି ପୁରୁଷ, କେହି ବି ପିନ୍ଧନ୍ତିନି ପୋଷାକ, ଜାଣନ୍ତୁ ଅଜବ ପରମ୍ପରା
ଏମିତି ଜାଗା, ମହିଳା କି ପୁରୁଷ ପିନ୍ଧନ୍ତିନି ପୋଷାକ: ଉଲଗ୍ନ ରୁହନ୍ତି ସାରା ଜୀବନ
ଓଡ଼ିଶା ଭାସ୍କର: ଭିନ୍ନ ଏ ଦୁନିଆ ଭିନ୍ନ ତାର ପରିକଳ୍ପନା । ଏହି ଦୁଆରେ ରହିଛି ଅନେକ ଅଜବ କଥା ଓ ରହସ୍ୟ । ତେବେ ଏହି ଦୁନିଆରେ ଏମିତି ବି କିଛି ଜାଗା ଅଛି ଯେଉଁଠାରେ ଅଜବ ଧରଣର ଲୋକଙ୍କୁ ଦେଖିବାକୁ ମିଳିଥାଏ ।
ତେବେ ଆପଣ ଜାଣି ଆଶ୍ଚର୍ୟ୍ୟ ହେବେ ଯେ ଦୁନିଆରେ ଏପରି ଏକ ଗାଁ ଅଛି, ଯେଉଁଠାରେ ଲୋକେ ବିନା ପୋଷାକରେ ରହିଥାନ୍ତି । ତେବେ ବର୍ତ୍ତମାନ ଆସନ୍ତୁ ଜାଣିବା ସେହି ଗାଁ ବିଷୟରେ ।
ବ୍ରିଟେନର ଉଲଗ୍ନ ଗାଁ: ଆମେ ସମସ୍ତେ ଘରୁ ବାହାରକୁ ଗଲେ ପୋଷାକ ପରିଧାନ କରିଯାଇଥାଉ । କିନ୍ତୁ ବ୍ରିଟେନରେ ଏପରି ଏକ ଗାଁ ଅଛି ଯେଉଁଠାରେ ଲୋକେ ବିନା ପୋଷାକରେ ରହିଥାନ୍ତି ।
ତେବେ ଏପରି ନୁହେଁ କି ସେଠାକାର ଲୋକେ ଗରିବ କିମ୍ବା ତାଙ୍କ ପାଖରେ ପିନ୍ଧିବାକୁ ପୋଷାକ ନାହିଁ । କିନ୍ତୁ ସେହି ଗାଁର ଲୋକେ ପୋଷାକ ନ ପିନ୍ଧିବା ସେଠାକାର ବହୁ ପୁରୁଣା ପରମ୍ପରା । ବ୍ରିଟେନରେ ଥିବା ଏହି ଅଜବ ଗାଁର ନାମ ହେଉଛି ବ୍ରିଟେନ ସିକ୍ରେଟ୍ ନ୍ୟୁଡିଷ୍ଟ ଭିଲେଜ୍ । ତେବେ ଏଠାକାର ଲୋକେ ବର୍ଷ ବର୍ଷ ଧରି ବିନା ପୋଷାକରେ ରହିଥାନ୍ତି ।
ଅଜବ ପରମ୍ପରା: ଏହି ଗାଁ ରେ ୨ ବେଡରୁମ୍ ବିଶିଷ୍ଟ ଏକ ବଙ୍ଗଳା ମଧ୍ୟ ରହିଛି ଯାହାର ମୁଲ୍ୟ ୮୫,୦୦୦ ୟୁରୋପ ଅର୍ଥାତ ୬୯ଲକ୍ଷ ୩୯,୮୧୬ ଟଙ୍କା ବା ତା ଠାରୁ ଅଧିକ ହେବ ।
ଏହି ଗାଁର ଲୋକମାନେ ବହୁତ ସୁଖ ସୁବିଧାରେ ରହିଥାନ୍ତି । କିନ୍ତୁ ଏହି ଗାଁର ପରମ୍ପରା ଅନୁସାରେ ଏଠାକାର ଲୋକେ ଦୀର୍ଘ ୯୦ ବର୍ଷ ଧରି ବିନା ପୋଷାକରେ ରହିଆସୁଛନ୍ତି ।
ତେବେ ୧୯୨୯ ମସିହାରେ ଏହି ସମୁଦାୟ ସ୍ଥାପନା ହୋଇଥିଲା । ଯାହାର ବଂଶଧର ଏବେବି ସେହି ଗ୍ରାମରେ ରହି ଆସୁଛନ୍ତି । ତେବେ ଏହି ଗାଁ ବିଷୟରେ ଅନେକ ଡକ୍ୟୁମେଣ୍ଟାରୀ ଓ ସର୍ଟ ମୁଭି ମଧ୍ୟ ପ୍ରସ୍ତୁତ ହୋଇଛି ।