ବାହା ହେବାକୁ ଯାଉଛନ୍ତି ‘Darling’! କିଏ ହେବେ ବାହୁବଳୀଙ୍କ ‘ଦେବସେନା’? ସୁନ୍ଦରୀଙ୍କ ଲମ୍ବା ଲାଇନ୍
୪୫ ବର୍ଷରେ ବାହା ହେବେ ‘ବାହୁବଳୀ’! ପ୍ରଭାସ ଖୋଜୁଛନ୍ତି ସପନର ନାୟିକା, ହେବେ ଘରଣୀ
ଓଡ଼ିଶା ଭାସ୍କର: ବାହୁବଳୀ ଫେମ୍ ସୁପରଷ୍ଟାର ପ୍ରଭାସ ଏବେ ବାହା ହେବାକୁ ଯାଉଛନ୍ତି । ଅପ୍ କମିଙ୍ଗ ଫିଲ୍ମ ଅପେକ୍ଷା ନିଜ ବିବାହକୁ ନେଇ ସେ ଖୁବ ଚର୍ଚ୍ଚାରେ ରହିଛନ୍ତି । କୁହାଯାଉଛି ଖୁବଶୀଘ୍ର ସେ ଖୁବଶୀଘ୍ର ବର ବେଶରେ ସଜେଇ ହେବାକୁ ଯାଉଛନ୍ତି ।
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ପୋଷ୍ଟକୁ ନେଇ ଏବେ ଚର୍ଚ୍ଚାରେ ରହିଛନ୍ତି ସାଉଥ ସୁପରଷ୍ଟାର ପ୍ରଭାସ । ଯାହାକୁ ନେଇ ଏବେ ଫ୍ୟାନ୍ସମାନଙ୍କ ଭିତରେ ପ୍ରଶ୍ନ ଉଠିଛି, କିଏ ହେବେ ‘ବାହୁବଳୀ’ଙ୍କ ଦେବସନା?
ଚର୍ଚ୍ଚାରେ ଟ୍ୱିଟର ପୋଷ୍ଟ: ଟ୍ରେଡ ଆନାଲିଷ୍ଟ ମନୋବାଲା ବିଜୟବାଲନ ନିଜ ଟ୍ୱିଟର ଆକାଉଣ୍ଟରେ ଏକ ପୋଷ୍ଟ କରିଛନ୍ତି । ଏହା ଏବେ ଖୁବ ଭାଇରାଲ ହେବାରେ ଲାଗିଛି ।
ଏହି ଟ୍ୱିଟର ପୋଷ୍ଟରେ ସେ କେବଳ ପ୍ରଭାସଙ୍କ ନାମ ଲେଖିଛନ୍ତି । ଏହା ସହିତ ସେ ବିବାହ ଏବଂ ଏକ ହ୍ୱାଇଟ ବିବାହ ଯୋଡ଼ାରେ ବ୍ରାଇଡଲ ଇମୋଜୀ ସେୟାର କରିଛନ୍ତି । ଏହାପରେ ଖୁବ ଜୋରରେ ଭାଇରାଲ ହେଉଛି ଏହି ପୋଷ୍ଟ ।
Prabhas💒👰🏻
— Manobala Vijayabalan (@ManobalaV) January 10, 2025
କେତେ ସତ ବିବାହ ଚର୍ଚ୍ଚା: ଟ୍ୱିଟର ପୋଷ୍ଟରେ ବିଜୟବାଲନ ପ୍ରଭାସଙ୍କ ବିବାହକୁ ନେଇ ସ୍ପଷ୍ଟ ସୂଚନା ଦେଇନାହାନ୍ତି । ପ୍ରକୃତରେ ପ୍ରଭାସ ବାହା ହେଉଛନ୍ତି କି ନାହିଁ, ସେ ନେଇ କୌଣସି ଘୋଷଣା କରାଯାଇ ନାହିଁ । କିନ୍ତୁ ପୋଷ୍ଟ ଭାଇରାଲ ହେବା ପରେ ଫ୍ୟାନ୍ସ ନିଜ ଖୁସି ଜାହିର କରୁଛନ୍ତି ।
ପୂର୍ବରୁ ମଧ୍ୟ ଏଭଳି ଅନେକ ଥର ପ୍ରଭାସଙ୍କ ବିବାହକୁ ନେଇ ଚର୍ଚ୍ଚା ହୋଇଛି । କିନ୍ତୁ ପ୍ରଭାସ ଏହି ବିବାହ ଗୁଜବକୁ ଏଡ଼ାଇ ଚାଲିଛନ୍ତି । ସେପଟେ ପ୍ରଭାସଙ୍କୁ ବର ବେଶରେ ଦେଖିବା ପାଇଁ ଅପେକ୍ଷା କରି ରହିଛନ୍ତି ଫ୍ୟାନ୍ସ ।
ଏହି ହିରୋଇନଙ୍କ ନାଁକୁ ନେଇ ଚର୍ଚ୍ଚା: କିଛି ଦିନ ତଳେ ପ୍ରଭାସଙ୍କ ନାମ ‘ଆଦିପୁରୁଷ’ ଜାନକୀ କ୍ରିତି ସାନନଙ୍କ ସହ ଯୋଡ଼ି ହୋଇଥିଲା । ଉଭୟ ପରସ୍ପରଙ୍କୁ ଡେଟ୍ କରୁଥିବା ବେଳେ ଖୁବଶୀଘ୍ର ବିବାହ କରିପାରନ୍ତି ବୋଲି ଗଜବ ଉଡ଼ିଥିଲା ।
ତେବେ ଏହି ମାମଲାକୁ ନେଇ ଖୁବ ଚର୍ଚ୍ଚା ହେଉଥିବା ବେଳେ କ୍ରିତି ଏହାକୁ କାରଜ କରିଛନ୍ତି । ଉଭୟଙ୍କ ମଧ୍ୟରେ ସେପରି କୌଣସି ସମ୍ପର୍କ ନଥିବା ସ୍ପଷ୍ଟ କରିଛନ୍ତି କ୍ରତି ସାନନ ।