ମହାକୁମ୍ଭରେ ଅନୋଖା ବାବା… ବାବାଙ୍କ ମୁଣ୍ଡରେ ଫଳିଛି ଫସଲ, ଚାଉଳ ନେଇ ଦେଉଛନ୍ତି ଆଶୀର୍ବାଦ

ମହାକୁମ୍ଭରେ ପହଞ୍ଚିଛନ୍ତି ହଠଯୋଗୀ । ପରିବେଶ ଯତ୍ନ ନେଇ କରୁଛନ୍ତି ସତର୍କ ।

ପ୍ରୟାଗରାଜ: ଉତ୍ତର ପ୍ରଦେଶ ପ୍ରୟାଗରାଜରେ ଆରମ୍ଭ ହେବାକୁ ଯାଉଛି କୁମ୍ଭମେଳା । ଏ ନେଇ ଦେଶରେ କୋଣ ଅନୁକୋଣରେ ଥିବା ବାବା ପ୍ରୟାଗରାଜରେ ଏକାଠି ହୋଇଛନ୍ତି । ନାଗା ସାଧୁଙ୍କଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ବାବାଙ୍କ ଆସର ଜମିଛି ସଙ୍ଗମ କ୍ଷେତ୍ରରେ ।

ଏଭିତରେ ଗଣମାଧ୍ୟମର କ୍ୟାମେରାରେ କଏଦ ହୋଇଛନ୍ତି ଜଣେ ହଠ ଯୋଗୀ । ନାଁ ତାଙ୍କର ମଅରଜିତ ଓରଫ ଅନାଜବାଲେ ବାବା (ସଶ୍ୟବାବା) । ବାବା ଜଣେ ହଠଯୋଗୀ । ୫ ବର୍ଷ ହେବା ସେ ନିଜ ମୁଣ୍ଡରେ ଧାନ, ଗହମ ଗଛ ଲଗେଇ ଆସୁଛନ୍ତି ।

ବିଶ୍ୱଶାନ୍ତି ଏବଂ ମାନବଜାତିର କଲ୍ୟାଣ ପାଇଁ ଅମରଜିତ ବାବା ଏପରି କରୁଥିବା କହିଛନ୍ତି । ତାଙ୍କ ଆଶୀର୍ବାଦ ପ୍ରାପ୍ତି ପାଇଁ ଲୋକେ ବାବାଙ୍କୁ ଚାଉଳ ଦାନ କରୁଛନ୍ତି । ଚାଉଳ ବଦଳରେ ବାବା ଦେଉଛନ୍ତି ଆଶୀର୍ବାଦ । ପରିବେଶ ସୁରକ୍ଷା ନେଇ ବାବା ଲୋକଙ୍କୁ କରୁଛନ୍ତି ସତର୍କ ।