(Video) ଫିଲ୍ମ ଷ୍ଟାରରୁ Engineer… ୧୦ ବର୍ଷ ପରେ ଡିଗ୍ରୀ ହାସଲ କଲେ କାର୍ତ୍ତିକ ଆର୍ୟନ, ପାଇଲେ ସାର୍ଟିଫିକେଟ

କାର୍ତ୍ତିକ ଆର୍ୟନଙ୍କୁ ମିଳିଲା ଇଞ୍ଜିନିୟର ଡିଗ୍ରୀ; ମା’ଙ୍କ ସାମନାରେ କଲେଜରୁ ପାଇଲେ ସାର୍ଟିଫିକେଟ

ମୁମ୍ବାଇ: ବଲିଉଡର ଚକଲେଟ ହିରୋ କାର୍ତ୍ତିକ ଆର୍ୟନ ରିଏଲ ଲାଇଫରେ ପାଇଛନ୍ତି ଏକ ବଡ଼ ସଫଳତା । ରିଲ ଲାଇଫରେ ଜଣେ ମେଗା ଷ୍ଟାର ପରିଚୟ ପାଇବା ପରେ ଏକାଡେମିକ ଲାଇଫରେ ପାଇଛନ୍ତି ନୂଆ ପରିଚୟ ।

୧୦ ବର୍ଷର କଠିନ ପରିଶ୍ରମ ପରେ ଇଞ୍ଜିନିୟର ଭାବରେ ଡିଗ୍ରୀ ହାସଲ କରିଛନ୍ତି କାର୍ତ୍ତିକ । ଆଜି ନିଜ କଲେଜରୁ ସେ ତାଙ୍କର ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିଛନ୍ତି । ସୋସିଆଲ ମିଡିଆରେ ଏହି ସମୟର କାର୍ତ୍ତିକ ଏକ ଭିଡିଓ ସେୟାର କରିଛନ୍ତି ।

ଇଞ୍ଜିନିୟର ହେଲେ କାର୍ତ୍ତିକ: ଚନ୍ଦୁ ଚମ୍ପିଆନ୍ ଏବଂ ଭୁଲ ଭୁଲେୟାଁ-୩ ଭଳି ସୁପରହିଟ ଫିଲ୍ମ ପାଇବା ପରେ ଇଞ୍ଜିନିୟର ପାଲଟି ଯାଇଛନ୍ତି କାର୍ତ୍ତିକ ଆର୍ୟନ୍ । ନିଜ କଲେଜର କନଭୋକେସନ୍ ଫଙ୍କସନର ଏକ ଭିଡିଓ ସୋସିଆଲ ମିଡିଆରେ ଅପଲୋଡ କରିଛନ୍ତି ।

ମା’ଙ୍କ ସାମନାରେ ପାଇଲେ ଡିଗ୍ରୀ: କଲେଜରୁ ଇଞ୍ଜିନିୟର ଡିଗ୍ରୀ ହାସଲ କରିବା ସମୟରେ କାର୍ତ୍ତିକ ନିଜ ମା’ଙ୍କୁ ମଧ୍ୟ ସଥୀରେ ଆଣିଥିଲେ । ମା’ଙ୍କ ସାମନାରେ କଲେଜରୁ ନିଜ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିଛନ୍ତି ବଲିଉଡର ମେଗା ଷ୍ଟାର କାର୍ତ୍ତିକ ଆର୍ୟନ୍ ।

ଭିଡିଓ ଭାଇରାଲ: କଲେଜରେ ବଲିଉଡର ସୁପରଷ୍ଟାରଙ୍କୁ ଦମଦାର ସ୍ୱାଗତ ହୋଇଥିବା ଭିଡିଓରେ ଦେଖାଯାଇଛି । ଏହି ଭିଡିଓର କ୍ୟାପ୍ସନରେ କାର୍ତ୍ତିକ ଲେଖିଛନ୍ତି, ବ୍ୟାକ୍ ବେଞ୍ଚରରୁ ନିଜର କନଭୋକେସନ୍ ଷ୍ଟେଜ ପର୍ଯ୍ୟନ୍ତ… ଏହି ଯାତ୍ରା ଖୁବ ଅଦ୍ଭୁତ ରହିଛି ।

 

View this post on Instagram

 

A post shared by KARTIK AARYAN (@kartikaaryan)

ଡିୱାଇ ପାଟିଲ ୟୁନିଭର୍ସିଟି, ମୋତେ ଅନେକ ସ୍ମୃତି, ସ୍ୱପ୍ନ ଏବଂ ବର୍ତ୍ତମାନ ଏହି ଡିଗ୍ରୀ ପ୍ରଦାନ କରିଛି । ଏହାକୁ ପାଇବା ପାଇଁ ଦଶନ୍ଧିରୁ ଅପେକ୍ଷା ରହିଥିଲା । ଧନ୍ୟବାଦ୍ ପାଟିଲ ସାର୍, ମୋର ପ୍ରିୟ ଶିକ୍ଷକ ଏବଂ ଖୁବ ଭଲ ପାଇବା ଦେଇଥିବା ଏଠାକାର ଯୁବପିଢୀ… ମୋତେ ଘରକୁ ଫେରିବା ଭଳି ମନେ ହେଉଛି ।