fbpx

ଆଜିଠାରୁ ବ୍ରହ୍ମପୁର ସହରର ସୀମା ସିଲ୍‌

ବ୍ରହ୍ମପୁର, ୧୪/୭(ଓଡିଶା ଭାସ୍କର): ରାଜ୍ୟରେ ବଢି ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଏହା ସହ ବେଶି ଗଂଜାମ ଜିଲ୍ଲା କରୋନାରେ ପ୍ରଭାବିତ ହୋଇଛି। ତେଣୁ କରୋନା ସଂକ୍ରମଣ ରୋକିବା ପାଇଁ ଆଜିଠାରୁ ବ୍ରହ୍ମପୁର ସହରର ସୀମା ସିଲ କରାଯାଇଛି। ବ୍ରହ୍ମପୁର ସହରକୁ ବାହାର ଲୋକଙ୍କ ପ୍ରବେଶ ଉପରେ ମଧ୍ୟ କଟକଣା ଲାଗୁ କରାଯାଇଛିି। ଆଗାମୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି କଟକଣା ଜାରି ରହିବ ।

ବିଭିନ୍ନ ପର୍ଯ୍ୟାୟରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବାକୁ ଅନୁମତି ଦିଆଯିବ। ସକାଳ ୫ଟାରୁ ୧୦ଟା ଯାଏ ପନିପରିବା ଓ ଫଳ ଦୋକାନ, ଦିନ ୧୧ଟାରୁ ୪ଟା ଯାଏ  ତେଜରାତି ଓ ଅତ୍ୟାବଶ୍ୟକ ଦୋକାନ ଖୋଲା ରହିବ। ସେହିପରି ସକାଳ ୫ରୁ ଦିନ ୪ଟା ଯାଏ ଖୋଲିବ ବୈଦ୍ୟୁତିକ ଓ ଘରୋଇ ସାମଗ୍ରୀ ଦୋକାନ । କେବଳ ଔଷଧ ଦୋକାନ୨୪ ଘଣ୍ଟା ଯାକ ଖୋଲିଯାଇପାରିବ ।

ଏହାସହ କେବଳ ଜରୁରୀ କାର୍ଯ୍ୟରେ ଗାଡ଼ି ବ୍ୟବହାର କରାଯାଇ ପାରିବ । ସର୍ବାଧିକ ପ୍ରଭାବିତ ୧୦ଟି ୱାର୍ଡରେ କେବଳ ମାଲ ପରିବହନ ଗାଡ଼ି ଚାଲିବ । ତେଣୁ ସହରରେ ୨ ଡିଏସ୍‌ପି ଓ ୧୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ। ଜରୁରୀ ନଥାଇ ବୁଲିଲେ ଗାଡ଼ି ଜବତ କରାଯିବା ସହ ଜୋରିମାନା  ମଧ୍ୟ ଆଦାୟ କରାଯିବ ବୋଲି ସୂଚନା ରହିଛି ।

Get real time updates directly on you device, subscribe now.