୮୯ ବର୍ଷରେ ବୁଜିଲେ ଆଖି ବୁଜିଲେ ପ୍ରଭାତୀ ପରିଡ଼ାଙ୍କ ମାଆ, ଶେଷ ଦର୍ଶନ ପାଇଁ ପହଞ୍ଚିଲେ ଝିଅ

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀଙ୍କ ମାଆଙ୍କ ଦେହାନ୍ତ । ୮୯ ବର୍ଷ ବୟସରେ ଆଖିବୁଜିଛନ୍ତି ଲୋଭାବତୀ ।

ଭୁବନେଶ୍ବର: ଆରପାରିରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ମାଆ । 89 ବର୍ଷ ବୟସରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ତାଙ୍କ ମାଆଙ୍କ ନାମ ଲୋଭାବତୀ ପରିଡ଼ା ବୋଲି ଜଣାପଡିଛି ।

ଦୀର୍ଘଦିନ ଧରି ରହିଥିଲେ ଅସୁସ୍ଥ-ସୂଚନା ଅନୁସାରେ, କିଛି ଦିନ ହେବ ଲୋଭାବତୀଙ୍କ ସ୍ବାସ୍ଥ୍ୟବସ୍ଥା ଠିକ୍ ନଥିଲା । ସେ କଟକର ଏକ ବେସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତେବେ ଆଜି ପୁରୀ ଜିଲ୍ଲା ନୂଆହାଟ ନିଭରଣରେ ଗାଁରେ ଲୋଭାବତୀ ପରିଡ଼ାଙ୍କ ଦେହାନ୍ତ ହୋଇଛି ।

ଗାଁରେ ଶକର ଛାୟା- ତେବେ ତାଙ୍କର ମୃତ୍ୟୁ ନେଇ ଶୋକର ଛାୟା ଖେଳିଯାଇଛି । ତେବେ ମାଆର ମୃତ୍ୟୁ ଖବର ଶୁଣି ତାଙ୍କର ଶେଷ ଦର୍ଶନ କରିବା ପାଇ ଉପମୁଖ୍ୟମନ୍ତ୍ରୀ ଗାଁରେ ପହଞ୍ଚିଛନ୍ତି ।

ଅନ୍ୟପଟେ ପରିବାର ପରିଜନଙ୍କର ଗହଳି ହେଉଥିବା ବେଳେ ପୁରା ଗ୍ରାମରେ ଶୋକାକୂଳ ପରିସ୍ଥିତି ସୃଷ୍ଟି ହେଉଛି ।