ଭାରତର ସବୁଠାରୁ ବଡ଼ ଘରୋଇ କ୍ଷେତ୍ରର ବ୍ୟାଙ୍କ ଏଚଡିଏଫସି ନିଜ ଗ୍ରାହକମାନଙ୍କ ପାଇଁ ଏକ ସତର୍କ ସୂଚନା ଜାରି କରିଛି । ପ୍ରକୃତରେ ଏଚଡିଏଫସି ବ୍ୟାଙ୍କର ଅନେକ ସେବା ଚାରି ଦିନ ପାଇଁ ଗ୍ରାହକମାନଙ୍କ ପାଇଁ ଉପଲବ୍ଧ ହେବ ନାହିଁ ।
ବ୍ୟାଙ୍କ ଅନୁଯାୟୀ, ରକ୍ଷଣାବେକ୍ଷଣ ଯୋଗୁଁ ଜାନୁଆରୀ ୧୭, ୧୮, ୨୪ ଏବଂ ୨୫ ତାରିଖରେ ବ୍ୟାଙ୍କ ସେବା ଅସ୍ଥାୟୀ ଭାବରେ ବନ୍ଦ ରହିବ । ଏହି ପଦକ୍ଷେପ ଏକ ଉତ୍ତମ ବ୍ୟାଙ୍କିଙ୍ଗ ଅଭିଜ୍ଞତା ପ୍ରଦାନ କରିବାରେ ସାହାଯ୍ୟ କରିବ ।
୧୭ ଜାନୁଆରୀ: ଫୋରେକ୍ସ ପ୍ରିପେଡ୍ କାର୍ଡ ସେବା ମିଳିବନି
ଏଚଡିଏଫସି ବ୍ୟାଙ୍କ ସୂଚନା ଦେଇଛି ଯେ ୧୭ ଜାନୁଆରୀରେ ଫୋରେକ୍ସ ପ୍ରିପେଡ୍ କାର୍ଡ ସେବା ଉପରେ ସକାଳ ୨:୦୦ ରୁ ୫:୦୦ (୩ ଘଣ୍ଟା) ପର୍ଯ୍ୟନ୍ତ କାମ ହେବ । ଏହି ସମୟ ମଧ୍ୟରେ ପ୍ରିପେଡ୍ କାର୍ଡ ନେଟବ୍ୟାଙ୍କିଂ ଏବଂ ଇନଷ୍ଟାଣ୍ଟ ରିଲୋଡ୍ ପୋର୍ଟାଲ୍ ମାଧ୍ୟମରେ ଫୋରେକ୍ସ କାର୍ଡ ପୁନଃଲୋଡିଂ ସମ୍ଭବ ହେବ ନାହିଁ । ତଥାପି ଗ୍ରାହକମାନେ ନେଟବ୍ୟାଙ୍କିଂ ଏବଂ ମୋବାଇଲ୍ ବ୍ୟାଙ୍କିଂ ବ୍ୟବହାର କରି ଫୋରେକ୍ସ କାର୍ଡକୁ ପୁନଃଲୋଡ୍ କରିପାରିବେ, ଯାହା ପରବର୍ତ୍ତୀ କାର୍ଯ୍ୟ ଦିବସ (ଟି+୧) ରେ ପ୍ରକ୍ରିୟାକରଣ କରାଯିବ ।
୧୮ ଏବଂ ୨୫ ଜାନୁଆରୀ: ମିଳିବନି ୟୁପିଆଇ ସର୍ଭିସ୍
୧୮ ଏବଂ ୨୫ ଜାନୁଆରୀରେ ୟୁପିଆଇ ସର୍ଭିସ୍ ଉପରେ ମେଣ୍ଟେନାନ୍ସ କରାଯିବ ।
ଜାନୁଆରୀ ୧୮: ମଧ୍ୟରାତ୍ର ୧୨:୦୦ ରୁ ସକାଳ ୩:୦୦ (୩ ଘଣ୍ଟା) ।
ଜାନୁଆରୀ ୨୫: ମଧ୍ୟରାତ୍ର ୧୨:୦୦ ରୁ ଭୋର ୩:୦୦ (୩ ଘଣ୍ଟା) ।
ଏହି ସମୟ ମଧ୍ୟରେ, ଏଚଡିଏଫସି ବ୍ୟାଙ୍କର କରେଣ୍ଟ ଏବଂ ସେଭିଂ ଆକାଉଣ୍ଟ, ଉପରେ ୟୁପିଆଇ କାରବାର, ରୂପେ କ୍ରେଡିଟ୍ କାର୍ଡ, ଏଚଡିଏଫସି ମୋବାଇଲ୍ ବ୍ୟାଙ୍କିଂ ଆପ୍ ଏବଂ ଟିପିଏପିଏସ (ତୃତୀୟ ପକ୍ଷ ଆପ୍) ରେ ୟୁପିଆଇ ସେବାଗୁଡ଼ିକ ବନ୍ଦ ରହିବ ।
ଜାନୁଆରୀ ୨୪-୨୫: ଚାଟବ୍ୟାଙ୍କିଂ, ଏସଏମଏସ୍ ବ୍ୟାଙ୍କିଂ ଏବଂ ଫୋନ୍ ବ୍ୟାଙ୍କିଂ ଆଇଭିଆର
ଏଚଡିଏଫସି ବ୍ୟାଙ୍କ ଘୋଷଣା କରିଛି ଯେ ଚାଟବ୍ୟାଙ୍କିଂ, ଏସଏମଏସ ବ୍ୟାଙ୍କିଂ ଏବଂ ଫୋନବ୍ୟାଙ୍କିଂ ଆଇଭିଆର ସେବା ଜାନୁଆରୀ ୨୪ ରାତି ୧୦:୦୦ ଟାରୁ ଜାନୁଆରୀ ୨୫ ଦିନ ଅପରାହ୍ନ ୨:୦୦ ଟା ପର୍ଯ୍ୟନ୍ତ (ମୋଟ ୧୬ ଘଣ୍ଟା) କାର୍ଯ୍ୟକ୍ଷମ ହେବ । ଏହି ସମୟ ମଧ୍ୟରେ ଏହି ସମସ୍ତ ସେବା ଗ୍ରାହକମାନଙ୍କ ପାଇଁ ଉପଲବ୍ଧ ହେବ ନାହିଁ ।
ଗ୍ରାହକମାନଙ୍କ ପାଇଁ ଆଲର୍ଟ:
ଏଚଡିଏଫସି ବ୍ୟାଙ୍କ ଏହି ଅପଡେଟ୍ ଗ୍ରାହକମାନଙ୍କୁ ସେମାନଙ୍କ ପଞ୍ଜିକୃତ ଇମେଲ୍ ଠିକଣା ମାଧ୍ୟମରେ ପଠାଇଛି । ଏହି ତାରିଖ ଏବଂ ସମୟରେ ବ୍ୟାଙ୍କ ତାର ଗ୍ରାହକମାନଙ୍କୁ ଅନ୍ୟ ବିକଳ୍ପ ବ୍ୟବହାର କରିବାକୁ ଅନୁରୋଧ କରିଛି । ଏଚଡିଏଫସି ବ୍ୟାଙ୍କ କହିଛି ଯେ ସେମାନଙ୍କର ସେବାକୁ ଆହୁରି ଉନ୍ନତ କରିବା ପାଇଁ ଏହି ଆବଶ୍ୟକୀୟ ମେଣ୍ଟେନାନ୍ସ କରାଯାଉଛି । ତଥାପି, ଗ୍ରାହକମାନଙ୍କୁ ଏହି ତାରିଖଗୁଡ଼ିକୁ ମନରେ ରଖି ସେମାନଙ୍କର ଆର୍ôଥକ ଯୋଜନା କରିବାକୁ ପରାମର୍ଶ ଦିଆଯାଇଛି ।