ଘର କଳି ଘର ଛାଡ଼ିବା ପାଇଁ କଲା ବାଧ୍ୟ, ପୁଅର ନିଷ୍ପତ୍ତିରେ କାନ୍ଦୁଛନ୍ତି ବୃଦ୍ଧ ବାପା,ମା’

ଏରୋସ୍ପେସ୍ ଇଞ୍ଜିନିୟରରୁ ସାଜିଲେ ବାବାଜୀ । ମିଡିଆ ଆଗରେ ବଖାଣିଲେ ବାବା ହେବାର କାହାଣୀ ।

ପ୍ରୟାଗରାଜ: ଉତ୍ତର ପ୍ରଦେଶ ପ୍ରୟାଗରାଜରେ ଅନୁଷ୍ଠିତ କୁମ୍ଭମେଳା ପାଇଁ ଭଉୟ ଖବରକାଗଜ ଏବଂ ବୈଦ୍ୟୁତିକ ଗଣମାଧ୍ୟମରେ ବାବାଜୀମାନେ ଛାଇ ଯାଇଛନ୍ତି । ବିଚିତ୍ର ଧରଣର ଉଭୟ ବାବା ଓ ମାତାଜୀ ଦେଖିବାକୁ ମିଳିଛି ପ୍ରୟାଗରାଜରେ ।

ଏଭିତରେ ଜଣେ ଆଇଆଇଟିଆନ୍ ବାବା ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ନାଁ ତାଙ୍କର ଅଭୟ ସିଂ । ଆଇଆଇଟି ବମ୍ବେରେ ଗ୍ରାଜୁଏଟ୍ ହୋଇଥିବା ଅଭୟ ଏବେ କୌପୁନି ପିନ୍ଧି ଈଶ୍ୱରଙ୍କ ଉପାସନାରେ ବସିଛନ୍ତି । ୬ମାସ ହେବ ଅଭୟ ପରିବାର ସହିତ ସମସ୍ତ ସମ୍ପର୍କ ତୁଟେଇଥିବା ଜଣାପଡ଼ିଛି ।

ଝୁରୁଛି ପରିବାର: ହେଲେ ଏବେବି ଅଭୟଙ୍କ ବାପା କରନ ଗ୍ରେୱାଲ ଚାହଳନ୍ତି କି ପୁଅ ଘରକୁ ଫେରୁ ବୋଲି । କିନ୍ତୁ ଅଭୟ ଏବେ ଯେଉଁ ସ୍ଥିତିରେ ଅଛନ୍ତି ସେ ହୁଏତ କାହାରି କଥା ଶୁଣିବେ ନାହିଁ । ଏହାବ୍ୟତୀତ ପ୍ରତ୍ୟେକ ବ୍ୟକ୍ତି ବଞ୍ଚିବାର ନିଜସ୍ୱ ଇଚ୍ଛା ରହିଛି ଯାହାକୁ ସେମାନେ ଭାଙ୍ଗିବା ପାଇଁ ଚାହୁଁ ନ ଥିବା କରନ କହିଛନ୍ତି ।

ବହୁଥର ତାଙ୍କ ଅଭୟଙ୍କ ମା’ ତାଙ୍କୁ ଘରକୁ ଫେରିବା ପାଇଁ କହିଥିବାବେଳେ ସେ ରାଜି ହୋଇ ନ ଥିବା ମଧ୍ୟ କହିଛନ୍ତି ।

କଲେ ମୋହ-ମାୟା ତ୍ୟାଗ: ଆଇଆଇଟି ବମ୍ବେରେ ଶିକ୍ଷା ଗ୍ରହଣ କରିବା ପରେ ଭଲ କମ୍ପାନୀରେ ତାଙ୍କୁ ଚାକିରି ମିଳିଥିଲା । ରିପୋର୍ଟ ମୁତାବକ ଜେଣ ଯୁବତୀଙ୍କ ସହ ସେ ୪ ବର୍ଷ ପ୍ରେମ ସମ୍ପର୍କରେ ରହିଥିଲେ ।
ଏତେସବୁ ପରେ ସବୁ ମୋହ ମାୟାକୁ ତ୍ୟାଗ କରି ଅଭୟ ଏବେ ପାଲଟିଛନ୍ତି ସନ୍ୟାସୀ ।

ପିଲାବେଳେ ଘରୋଇ ହିଂସା ଦେଖି ବଡ଼ ହୋଇଥିବା ଅଭୟ ଗୃହସ୍ଥ ହେବାକୁ ଚାହୁଁ ନାହାନ୍ତି । ସନ୍ୟାସୀ ଗ୍ରହଣ କରିବା ପଛରେ ତାଙ୍କ ବାପା ମା’ଙ୍କ କଳି ଝଗଡ଼ାରେ ବଡ଼ ଭୂମିକା ରହିଛି ।

ଘରେ ଲାଗିରହୁଥିବା କଳିଗୋଳ ପାଇଁ ସେ ରାତି ଅଧରେ ପାଠ ପଢ଼ୁଥିବା ମଧ୍ୟ ମିଡିଆକୁ କହିଛନ୍ତି । ଖାଲି ସେତିକି ନୁହେଁ ଏ ନେଇ ସେ ଜୀବନରେ ବାହା ହେବେ ନାହିଁ ବୋଲି ମଧ୍ୟ ସ୍ଥିର କରିଥିଲେ ।