ପୁରୀ: ଶ୍ରୀମନ୍ଦିର କର୍ମଚାରୀଙ୍କ ପାଇଁ ୫ ସୂତ୍ରୀ କାର୍ଯ୍ୟାଳନୀ ଲାଗୁ । ଏ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଦେଲେ ସୂଚନା ।
ଶୁକ୍ରବାର ଥିବାରୁ କିଛି କର୍ମଚାରୀ ହସ୍ତତନ୍ତ ପୋଷାକ ପିନ୍ଧିି ଆସିଛନ୍ତି । ମନ୍ଦିର ଭିତରେ ଲାଗିବ କଟକଣା । ପାନ ଗୁଟଖା, ଖଇନି, ମାଦନ ଦ୍ରବ୍ୟ ବ୍ୟବହାର ଉପରେ ମଧ୍ୟ ବିଶେଷ କଟକଣା ଲାଗିବ ।
ନିୟମ ନ ମାନିଲେ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ ବୋଲି କହିଛନ୍ତି ଶ୍ରୀ ପାଢ଼ୀ । ମନ୍ଦିରରେ ସିସିଟିଭି ଫୁଟେଜ ଲାଗିବ । ସମ୍ପୂର୍ଣ୍ଣ ମନ୍ଦିର ଉପରେ କ୍ୟାମେରା ସାହାଯ୍ୟରେ ନଜର ରଖାଯିବ ବୋଲି ସୂଚନା ଦେଇଛନ୍ତି ମନ୍ଦିର ମୁଖ୍ୟ ପ୍ରଶାସକ ।
ମୋବାଇଲ ବ୍ୟବହାର ଉପରେ ଲାଗିବ ଆଂଶିକ କଟଣା ।
ଏହାଛଡ଼ା ମନ୍ଦିର କର୍ମଚାରୀ ଓ ସେବାୟତ ଜାନୁୟାରୀ ୩୧ ତାରିଖ ସୁଦ୍ଧା ସେମାନଙ୍କ ସମ୍ପତ୍ତି ତାଲିକା ଦେବା ଲାଗି ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।