୨୦୨୫-୨୬ରେ ଜାପାନକୁ ଟପି ବିଶ୍ବର ଚତୁର୍ଥ ବୃହତ୍‌ ଅର୍ଥନୈତିକ ମହାଶକ୍ତି ହେବ ଭାରତ

ଭାରତର ଅଭିବୃଦ୍ଧି ୨୦୨୫-୨୬ରେ ୭.୭ ପ୍ରତିଶତ ରହିଲେ ତାହା ଜାପାନକୁ ଅତିକ୍ରମ କରି ବିଶ୍ବର ଚତୁର୍ଥ ବୃହତ୍‌ ଅର୍ଥନୈତିକ ମହାଶକ୍ତି ଭାବେ ଉଭା ହେବ ବୋଲି ଶିଳ୍ପ ସଂଘ ପିଏଚ୍‌ଡିସିସିଆଇର ପୂର୍ବାନୁମାନ...

ନୂଆଦିଲ୍ଲୀ: ବିଶ୍ୱ ବ୍ୟାଙ୍କ ଅର୍ଥନୀତିକୁ ପ୍ରଶଂସା କରିବା ସହ ଭାରତର ଜିଡିପି ବୃଦ୍ଧିକୁ ନେଇ ଏକ ନୂଆ ଆକଳନ କରିଛି । ଚଳିତ ବର୍ଷ ଭାରତର ଅର୍ଥନୀତି ୬.୫ ପ୍ରତିଶତ ହାରରେ ଅଭିବୃଦ୍ଧି ହାସଲ କରିବ ବୋଲି ବିଶ୍ୱବ୍ୟାଙ୍କ ଆକଳନ କରିଛି ।

ଭାରତର ଅଭିବୃଦ୍ଧି ୨୦୨୫-୨୬ରେ ୭.୭ ପ୍ରତିଶତ ରହିଲେ ତାହା ଜାପାନକୁ ଅତିକ୍ରମ କରି ବିଶ୍ବର ଚତୁର୍ଥ ବୃହତ୍‌ ଅର୍ଥନୈତିକ ମହାଶକ୍ତି ଭାବେ ଉଭା ହେବ ବୋଲି ଶିଳ୍ପ ସଂଘ ପିଏଚ୍‌ଡିସିସିଆଇ ପୂର୍ବାନୁମାନ କରିଛି। ୨୦୨୬ରେ ଜାପାନକୁ ଭାରତ ଅତିକ୍ରମ କରିଯିବ ବୋଲି ସଂଘର ସଭାପତି ହେମନ୍ତ ଜୈନ କହିଛନ୍ତି। ବର୍ତ୍ତମାନ ଆମେରିକା ସବୁଠୁ ବଡ଼ ଆର୍ଥିକ ମହାଶକ୍ତି ହୋଇଥିବାବେଳେ ତା’ପଛକୁ ରହିଛନ୍ତି ଚୀନ୍, ଜର୍ମାନୀ ଓ ଜାପାନ।

୨୦୨୫-୨୬ ବଜେଟ୍‌ ପାଇଁ ପ୍ରସ୍ତାବ ଦେଇ ପିଏଚ୍‌ଡିସିସିଆଇ ପକ୍ଷରୁ କୁହାଯାଇଛି ଯେ ବାର୍ଷିକ ୪୦ ଲକ୍ଷ ଟଙ୍କାରୁ ଅଧିକ ରୋଜଗାର କରୁଥିବା ଲୋକଙ୍କ ଉପରେ ୩୦ ପ୍ରତିଶତର ସର୍ବୋଚ୍ଚ ବ୍ୟକ୍ତିଗତ ଆୟକର ସ୍ଲାବ୍‌ ଲାଗୁ କରାଯାଉ ଏବଂ ଆୟକର ଛାଡ଼ ସୀମାକୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଉ।

ଏହା ହେଲେ ଲୋକଙ୍କ ହାତରେ ପଇସା ରହିବ ଯାହାକୁ ସେମାନେ ଖର୍ଚ୍ଚ କଲେ ଦେଶର ଅର୍ଥନୀତି ଆହୁରି ଦ୍ରୁତ ବେଗରେ ଆଗକୁ ବଢ଼ିବ। ଭାରତୀୟ ରିଜର୍ଭ ବ୍ୟାଙ୍କ ସୁଧହାରରେ ୦.୨୫ ପ୍ରତିଶତ ହ୍ରାସ କରିବା ଦରକାର ବୋଲି ଏହା ଜଣାଇଛି।