ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ରାଜ୍ୟର ବିଭିନ୍ନ ସ୍ଥାନରେ ବିଦେଶାଗତ ପକ୍ଷୀଗଣନା ଆରମ୍ଭ । ଭିତରକନିକା, ଚିଲିକା, ବ୍ରହ୍ମଗିରି, ବଣାଇ ଓ ସମ୍ବଲପୁରରେ ପକ୍ଷୀଗଣନା ଆରମ୍ଭ ହେଉଛି ।
ଭିତରକନିକାରେ ୫ଟି ରେଂଜରେ ୧୮ଟି ଟିମ୍ ନିୟୋଜିତ ହୋଇଛନ୍ତି । ବଣାଇ ଡିଭିଜନ୍ର ୭ଟି ରେଂଜରେ ୧୮ଟି ଟିମ୍ ସାମିଲ ହୋଇଛନ୍ତି। ଚିଲିକାର ୫ଟି ରେଂଜରେ ୨୧ ଟିମ୍ ଦ୍ବାରା ପକ୍ଷୀ ଗଣନା ଜାରି ।
ସମ୍ବଲପୁର ହୀରାକୁଦ ଡ୍ୟାମ୍ରେ ୩୨ଟି ଟିମ୍ ପକ୍ଷୀଗଣନା କରୁଛନ୍ତି । ସେହିପରି ପୁରୀ ବନଖଣ୍ଡ ୫ଟି ରେଂଜରେ ୨୫ ଟିମ୍ ନିୟୋଜିତ ହୋଇଛନ୍ତି ।