ସିଗାରେଟ-ମଦ ପିଇବା ଦ୍ବାରା ଆଖି ଉପରେ କେଉଁ ପ୍ରଭାବ ପଡେ? ଡାକ୍ତର କଲେ ବଡ଼ ଖୁଲାସା
ମଦ ଏବଂ ସିଗାରେଟ ଅଧିକ ପିଉଥିବା ବ୍ୟକ୍ତିଙ୍କର ଦେଖାଯାଇଥାଏ ଆଖି ସମସ୍ୟା ।
ନୂଆଦିଲ୍ଲୀ: ମର୍ଡନ ଲାଇଫଷ୍ଚାଇଲ, ଟେକ୍ନୋଲୋଜି ଏବଂ ଶରୀର ଉପରେ କମ୍ ଧ୍ୟାନ ଦେବା କାରଣରୁ ଆଜିକା ସମୟରେ ଯୁବପିଢି ଚଷମା ବ୍ୟବହାର କରୁଛନ୍ତି । ସ୍ମାର୍ଟଫୋନ, ଟିଭି, ଲାପଟପ ଭଳି ସ୍କ୍ରିନର ବ୍ୟବହାର କାରଣରୁ ଅନେକଙ୍କର ଆଖିରେ ସମସ୍ୟା ଦେଖାଯାଇଥାଏ ।
ମଦୁଆ ବ୍ୟକ୍ତିଙ୍କ କ୍ଷେତ୍ରରେ ଚଷମା ବ୍ୟବହାର ଅଧିକ- ଅନେକ ଯୁବପିଢି ସୌନ୍ଦର୍ଯ୍ୟ ହ୍ରାସ ହେବ ବୋଲି ଭାବି ଲେନ୍ସ ବ୍ୟବହାର କରିଥାନ୍ତି । ତେବେ ନିକଟରେ ଏକ ରିସର୍ଚ୍ଚ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ସିଗାରେଟ ଏବଂ ମଦ ପିଉଥିବା ବ୍ୟକ୍ତି ଅଧିକ ଚଷମା ବ୍ୟବହାର କରିଥାନ୍ତି ।
ଡ଼ାଇବେଟିସ ସମସ୍ୟା- ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଯେଉଁମାନେ ମଦ ଏବଂ ସିଗାରେଟ ଅଧିକ ଟାଣନ୍ତି ସେମାନଙ୍କର ଆଖି ଉପରେ କୁପ୍ରଭାବ ପଡିଥାଏ । ସିଗାରେଟ ପିଇବା ଦ୍ବାରା ମୋତିଆବିନ୍ଦୁ ଏବଂ ଡାଇବେଟିସ ହେବାର ସମ୍ଭାବନା ଅଧିକ ରହିଥାଏ ।
ଯଦି ଦେଖିବା ସିଗାରେଟ ଏବଂ ମଦ ପୁରା ଶରୀରକୁ ରୋଗାଗ୍ରସ୍ତ କରିଥାଏ । ବିଶେଷକରି ଆଖି ଉପରେ ହିଁ ଅଧିକ ପ୍ରଭାବ ପଡିଥାଏ । ଏହା ଦ୍ବାରା ଶରୀରରେ ଅକ୍ସିଟେଟିଭ ଟ୍ରେସ ପ୍ରଡ୍ୟୁସ ହୋଇଥାଏ । ଏହା ଏକପ୍ରକାର ଫ୍ରି ରେଡିକଲ୍ସ ଅଟେ, ଯାହା ଶରୀରକୁ କ୍ଷତି ପହଞ୍ଚାଇଥାଏ ।
ଫଳରେ ଏହା ଆଖିକୁ ମଧ୍ୟ କ୍ଷତି ପହଞ୍ଚାଇଥାଏ । ମୋତିଆବିନ୍ଦୁ ସମସ୍ୟା 60-70 ବର୍ଷରେ ଆସିବାକୁ ଥିବା ବେଳେ ମଦ-ସିଗାରେଟ ଅଧିକ ପିଇବା ଦ୍ବାରା ଶୀଘ୍ର ଆସିଥାଏ ।
ଆଖି ଡୋଳାରେ ମଧ୍ୟ ସମସ୍ୟା ହୋଇପାରେ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି । ଏହି କାରଣ ପାଇଁ ମଦ-ସିଗାରେଟ୍ ଠାରୁ ଦୂରେଇ ରହିବା ପାଇଁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ।