ମନୁଙ୍କ ଘରେ ଅକାଳ ଚଡ଼କ, ଭୟଙ୍କର ସଡ଼କ ଦୁର୍ଘଟଣାରେ ଆଖିବୁଜିଲେ ଆଈ , ମାମୁଁ
ମନୁଙ୍କୁ ଛାଡ଼ିଚାଲିଗଲେ ମାମୁଁ ଓ ଅତିପ୍ରୀୟର ଆଈ । ଝୁରି ଝୁରି ଶୁଖୁନି ଆଖି ଲୁହ ।
ନୂଆଦିଲ୍ଲୀ: ଅଲମ୍ପିକ ମେଡାଲ ବିଜେୟିନୀ ମନୁ ଭାକରଙ୍କ ଆଖିରେ ଲୁହ । ରବିବାର ସକାଳେ ଚରଖି ଦାଦରିରେ ଏକ ଭୟଙ୍କର ସଡ଼ ଦୁର୍ଘଟଣାରେ ମନୁଙ୍କ ମାମୁଁ ଏବଂ ଆଈଙ୍କ ବିୟୋଗ ଘଟିଛି ।
ଗୋଟିଏ ବ୍ରିଜା କାର୍ ମନୁଙ୍କ ମାମୁଁଙ୍କ ସ୍କୁଟିକୁ ପିଟିବା ଯୋଗୁଁ ଘଟଣାସ୍ଥଳରେ ଉଭୟ ମାମୁଁ ଓ ଆଈଙ୍କ ମୃତ୍ୟୁ ଘଟିଛି । ଘଟଣାସ୍ଥଳରୁ କାର୍ ଡ୍ରାଇଭର ଫେରାର୍ ଥିବାବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ଶୁଖୁନି ଲୁହ : ମନୁଙ୍କ ମାମୁଁ ଯୁଦ୍ଧବୀର ମା’ ସାବତ୍ରୀଙ୍କୁ ନେଇ ସ୍କୁଟିରେ ଡ୍ୟୁଟିକୁ ଯାଉଥିଲେ । ଯୁଦ୍ଧବୀର ମା’ଙ୍କୁ ସାନଭାଇ ଘରେ ଛାଡ଼ି ଡ୍ୟୁଟି ଯିବାର ଥିଲା । କିନ୍ତୁ ଅଧାବାଟରେ ମହେନ୍ଦ୍ରଗଡ଼ ବାଇପାସ ହାଇୱେ ରୋଡରେ ସଡ଼କ ଦୁର୍ଘଟଣାରେ ତାଙ୍କ ମୃତ୍ୟୁ ଘଟିଛି ।
ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ବ୍ରିଜା କାର୍ ରାସ୍ତା କଡ଼ରେ ଓଲଟି ପଡ଼ିଥିବାବେଳେ ସ୍କୁଟି ଦୁଇଖଣ୍ଡ ହୋଇଯାଇଛି ।
ଶୁକ୍ରବାର ଦିନ ମନୁଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଖେଳରତ୍ନ ପୁରସ୍କାରରେ ସମ୍ମାନିତ କରାଯାଇଛି । ୨୦୨୪ ଅଲମ୍ପିକ୍ସ ଦୁଇଟି ପଦକ ଜିତି ଇତିହାସ ରଚିଛନ୍ତି । ଅଲମ୍ପିକ୍ସରେ ମେଡାଲ ଜିତିଥିବା ମନୁ ହେଉଛନ୍ତି ପ୍ରଥମ ଭାରତୀୟ ମହିଳା ସୁଟର୍ ।