ପାଲଲହଡା: ସାର ଖାଇ ୫ ନାବାଳକ ଡାକ୍ତରଖାନାରେ ଭର୍ତ୍ତି । ହଠାତ୍ ଅସୁସ୍ଥ ହୋଇପଡ଼ିବାରୁ ପିଲାମାନଙ୍କୁ ପାଲଲହଡା ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ବାରକୋଟ୍ ଥାନା ସରୁଆଳି ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା ।
ପିଲାମାନେ ସାଙ୍ଗ ହୋଇ ଖେଳୁଥିବାବେଳେ ସାର ଉପରେ ସେମାନଙ୍କ ଆଖି ପଡ଼ିଥିଲା । ଅଜାଣତରେ ସେମାନେ ସାର ଖାଇଦେଇଥିବା ଜଣାପଡ଼ିଛି ।
ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବାବେଳେ ପ୍ରାଥମିକ ଚିକିତ୍ସା କରାଯାଇଛି । ଡାକ୍ତରଙ୍କ ସୂଚନା ଅନୁସାରେ ପିଲାମାନେ ଏବେ ବିପଦରୁ ବାହାରେ ଅଛନ୍ତି । ଖୁବ୍ ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରିବେ ।