ଭାରତୀୟ ସେନାର ‘ସିକ୍ରେଟ୍ ସ୍ମାର୍ଟଫୋନ୍’, ଏଣିକି ସୀମାରେ ବି ହୋଇପାରିବ ଯୋଗାଯୋଗ
ସୀମାରେ ଯୋଗାଯୋଗ କରିପାରିବ ଏହି 'ସିକ୍ରେଟ୍ ସ୍ମାର୍ଟଫୋନ୍'। କିଛି କରିପାରିବେନି ସାଇବର ଆକ୍ରମଣକାରୀ।
ନୂଆଦିଲ୍ଲୀ: ଗତ ଅକ୍ଟୋବର ମାସରେ ଚୀନ୍ ସହ କଥାବାର୍ତ୍ତା ବେଳେ ସୁରକ୍ଷିତ ଯୋଗାଯୋଗ ପାଇଁ ଭାରତୀୟ ସେନା ‘ସମ୍ଭାବ’ ସ୍ମାର୍ଟଫୋନ୍ ବ୍ୟବହାର କରିଥିଲା।
ସେନାମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ମଧ୍ୟ ତାଙ୍କ ବାର୍ଷିକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ଅଧିକାରୀଙ୍କୁ ପାଖାପାଖି ୩୦ ହଜାର ସ୍ମାର୍ଟଫୋନ୍ ଯୋଗାଇ ଦିଆଯାଇଛି।
ଏହି ଫୋନ୍ ଗୁଡ଼ିକରେ ପୂର୍ବରୁ ଅଧିକାରୀଙ୍କ ନମ୍ବର ଫିଡ୍ ହୋଇସାରିଛି। ଉଲ୍ଲେଖଯୋଗ୍ୟ, ସେମାନଙ୍କ ପାଖରେ ବିଭିନ୍ନ ଆପ୍ ମଧ୍ୟ ଉପଲବ୍ଧ ରହିଛି।
ଏହି ସ୍ମାର୍ଟଫୋନରେ ଫଟୋ, ଭିଡିଓ କିମ୍ବା ଡକ୍ୟୁମେଣ୍ଟ ପଠାଇବା ପାଇଁ ଏକ ସ୍ୱତନ୍ତ୍ର ଆପ୍ ରହିଛି ଯାହା ସମ୍ପୂର୍ଣ୍ଣ ସୁରକ୍ଷିତ ଏବଂ ଡାଟା ଲିକ୍ ହେବାର ସମ୍ଭାବନା ସର୍ବନିମ୍ନ । ସୂଚନାଯୋଗ୍ୟ, ଗତବର୍ଷ ‘ସମ୍ଭାବ’ ସ୍ମାର୍ଟଫୋନ୍ ପ୍ରୋଜେକ୍ଟ ଆରମ୍ଭ ହୋଇଥିଲା।
‘ସମ୍ଭବ’ କ’ଣ?: ବାସ୍ତବରେ, ଏହି ସ୍ମାର୍ଟଫୋନଗୁଡିକ ଲିକ୍-ପ୍ରୁଫ୍ ଏବଂ ଯୋଗାଯୋଗର ସୁରକ୍ଷିତ ମାଧ୍ୟମ ଭାବରେ ବିକଶିତ ହୋଇଛି । ସମ୍ଭବ ହେଉଛି ସୁରକ୍ଷିତ ଆର୍ମି ମୋବାଇଲ୍ ଇଣ୍ଡିଆ ସିରିଜ୍ ର ଏକ ନାମ ।
ଏଥିରେ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ, ଫଟୋ ଏବଂ ଭିଡିଓ ସେୟାର କରିବାର ସୁବିଧା ରହିଛି । ଏହାବ୍ୟତୀତ ଏହି ଫୋନ୍ ଏୟାରଟେଲ୍ ଓ ଜିଓ ନେଟୱାର୍କରେ କାମ କରିଥାଏ।
ଏହାଦ୍ୱାରା ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଲିକ୍ ସମସ୍ୟା ଦୂର ହେବ ବୋଲି ସେନା ଆଶା ରଖିଛି।
ଜାଣନ୍ତୁ କ’ଣ ରହିଛି ଏହି ସ୍ମାର୍ଟଫୋନର ବିଶେଷତ୍ୱ ?: ସୂଚନାଯୋଗ୍ୟ, ପୂର୍ବରୁ ସେନାର ଅନେକ ଅଧିକାରୀ ହ୍ୱାଟ୍ସଆପ୍ ଏବଂ ସମାନ ଆପ୍ ବ୍ୟବହାର କରି ସୂଚନା ଓ କାଗଜପତ୍ର ସେୟାର କରୁଥିଲେ।
ତେବେ ଏହା ଦ୍ୱାରା ଅନେକ ସମୟରେ ତଥ୍ୟ ଲିକ୍ ହୋଇଥାଏ। ‘ସମର୍ଥ’ ଫୋନରେ ପୂର୍ବରୁ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଅଧିକାରୀଙ୍କ ନମ୍ବର ଷ୍ଟୋର୍ ରହିଛି। ତେଣୁ ପୃଥକ ଭାବେ ନମ୍ବର ସେଭ୍ କରିବାର ଆବଶ୍ୟକତା ନାହିଁ।
ଭାରତୀୟ ସେନା ନିଜେ ଏକ ‘ଏଣ୍ଡ-ଟୁ-ଏଣ୍ଡ ସିକ୍ୟୁର ମୋବାଇଲ୍ ଇକୋସିଷ୍ଟମ୍’ ବିକଶିତ କରିଛି। ଏହା ତୁରନ୍ତ ସଂଯୋଗ ସହିତ ସୁରକ୍ଷିତ ଯୋଗାଯୋଗ ପ୍ରଦାନ କରିଥାଏ ।
ଏହି ସ୍ମାର୍ଟଫୋନ ୫ଜି ଟେକ୍ନୋଲୋଜିରେ କାର୍ଯ୍ୟ କରୁଛି ଏବଂ ସମ୍ପୂର୍ଣ୍ଣ ଏନକ୍ରିପ୍ଟେଡ ଅଟେ । ଅର୍ଥାତ୍ ଏହି ଫୋନରେ ବାର୍ତ୍ତାଳାପ ଏବଂ ଡାଟା ସମ୍ପୂର୍ଣ୍ଣ ସୁରକ୍ଷିତ ରହିବ ।