ଦୂଷିତ ହେଉଛି ଚିଲିକା, ସଂକଟରେ ଜୈବ ବିବିଧତା… ବିଜେଡିର ସାଙ୍ଘାତିକ ଅଭିଯୋଗ

ଓଡ଼ିଶା ଭାସ୍କର: ଦିନକୁ ଦିନ ବିଭିନ୍ନ ନଦୀ ନାଳ ଦୂଷିତ ହେବ ଖବର ସାମ୍ନାକୁ ଆସୁଛି।

ଏଥିମଧ୍ୟରେ କଣାସରେ ଝାଡାବାନ୍ତିକୁ ନେଇ ପୁଣି ସାମ୍ବାଦିକ ସମ୍ମିଳନୀ କରିଛି ବିଜେଡି।

ଲୋକଙ୍କ ସଂଘର୍ଷ: ଦୀର୍ଘ ୧୫ ଦିନ ହେବ ମଇଳା ପାଣି ପାଇଁ କଣାସରେ ଜନଜୀବନ ପ୍ରଭାବିତ ହେଲାଣି ।

ଗଙ୍ଗୁଆ ନଦୀର ବର୍ଜ୍ୟବସ୍ତୁ ପରିଚାଳନା ଠିକ ଭାବେ ନହେବାରୁ ମଇଳା ପାଣି ଦାୟୀ ନଦୀ ଦେଇ ଚିଲିକାକୁ ଯାଉଛି । ଯଦ୍ୱାରା ଦୟା, ରାଜୁଆ, ମକରା, ରତ୍ନାଚିରା, ଲୁଣା ଭାର୍ଗବୀ ନଦୀ ପ୍ରଭାବିତ ହେଉଛି ।

କିଛି ଲୋକ ଜୀବନ ସହ ସଂଘର୍ଷ କରୁଛନ୍ତି । ଚିଲିକାରେ ଦୂଷିତ ଜଳ ମିଶୁଥିବାରୁ ଏହାର ଜୈବ ବିବିଧତା ନଷ୍ଟ ହେବାର ସମ୍ଭାବନା ରହିଛି ।

କଣ କହିଛି ବିଜେଡି: ଝାଡାବାନ୍ତିରେ ୪ ଜଣଙ୍କ ଜୀବନ ଗଲାଣି। କଣାସ ବ୍ଲକର ଗଡିସାଗଦା ଓ ଗୋପୀନାଥପୁର ପଞ୍ଚାୟତର ନୂଆଗାଁ, ଜାଗୁଳାଇ ପଦର, ନଇକୂଳ ପାଟଣା, କଳାପଦର, ପାଇକମରା ଗାଁର ୨୫୦ ଜଣ ପୁରୀ ଓ ଭୁବନେଶ୍ୱରରେ ଚିକିତ୍ସିତ ହେଉଛନ୍ତି।

ଜଙ୍ଗଲ ଓ ପରିବେଶ ବିଭାଗ ସହ ଚିଲିକା ଉନ୍ନୟନ ପରିଷଦ ଏହାର ପ୍ରଭାବ ଉପରେ ସମୀକ୍ଷା କରିବା ପାଇଁ ଏକ ଟାସ୍କ ଫୋର୍ସ କରନ୍ତୁ ବୋଲି ବିଜେଡି କହିଛି।

ମାଷ୍ଟର ପ୍ଲାନ ପ୍ରସ୍ତୁତ ହେଉ: ଚିଲିକାରେ ଥିବା ପାଖାପାଖି ୨୫୦ ପ୍ରଜାତିର ମାଛ, ଡଲଫିନଙ୍କ ଜୀବନ ପ୍ରତି ବିପଦ ଦେଖାଦେଇପାରେ । ଏହି ସବୁ ନଦୀ ଓ ଚିଲିକା ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ ହେଉ।

ସେହିପରି କଣାସ ସିଏଚସିରେ ସ୍ୱତନ୍ତ୍ର ବ୍ୟବସ୍ଥା, ପୀଡ଼ିତଙ୍କ ତାଲିକା, ତୁରନ୍ତ ଚିକିତ୍ସା, ସ୍ୱତନ୍ତ୍ର ମେଡିକାଲ ଟିମ ପ୍ରଭାବିତ ଅଞ୍ଚଳରେ ୨୪ ଘଣ୍ଟା ରହୁ ।

ପାଣି ଯୋଗାଇ ଦିଆଯାଉ । ନବୀନ ସରକାରରେ ଯେଉଁ ସବୁ ପାନୀୟ ଜଳ ପ୍ରକଳ୍ପ ଯାହା ୯୦ ପ୍ରତିଶତ କାମ ସରିଛି ତାହା ଏବେ ସମ୍ପୂର୍ଣ୍ଣ ହେଉ ।

ପଞ୍ଚାୟତିରାଜ ବିଭାଗ ଏହି ସବୁ ଟେଣ୍ଡର ଦେଖନ୍ତୁ । ପୁରୀ ଜିଲ୍ଲାର ମେଗା ଜଳ ପ୍ରକଳ୍ପ କାମ ଠିକ ସମୟରେ ସାରନ୍ତୁ ବୋଲି ବିଜେଡି କହିଛି ।