‘ଯଦି 8ଘଣ୍ଟା ଭିତରେ…’ କପିଲ୍ ଶର୍ମାଙ୍କ ସମେତ 4 ଷ୍ଟାରଙ୍କୁ ମିଳିଲା ହତ୍ୟା ଧମକ

4 ସେଲିବ୍ରିଟିଙ୍କୁ ମିଳିଲା ହତ୍ୟା ଧମକ । ବିଷ୍ଣୁ ନାମରେ ଆସିଲା ଇମେଲ ।

ନୂଆଦିଲ୍ଲୀ: କମେଡିଆନ କପିଲ ଶର୍ମା, ଅଭିନେତା ରାଜପାଲ ଯାଦବ, ସୁଗନ୍ଧା ମିଶ୍ରା ଏବଂ କୋରିଓଗ୍ରାଫର ରେମୋ ଡିସୌଜାଙ୍କ ସମେତ ଚାରି ଜଣ ସେଲିବ୍ରିଟିଙ୍କୁ ହତ୍ୟା ଧମକ । ଉମେଲ ଜରିଆରେ ଏହି ହତ୍ୟା ଧମକ ଦିଆଯାଇଥିବା ଜଣାପଡିଛି ।

ପୋଲିସର କହିବା ଅନୁସାରେ, ଏହି ଧମକପୂର୍ଣ୍ଣ ମେସେଜଗୁଡ଼ିକରେ ତାଙ୍କ ପରିବାର ଏବଂ ନିକଟ ସହଯୋଗୀମାନଙ୍କୁ ମଧ୍ୟ ଟାର୍ଗେଟ କରାଯାଇଛି । ଏହି ମାମଲାରେ ରାଜପାଲ ଯାଦବ, ସୁଗନ୍ଧା ମିଶ୍ରା ଏବଂ ରେମୋ ସମାନ ପ୍ରସଙ୍ଗରେ ଅଭିଯୋଗ ଦାଖଲ କରିଛନ୍ତି । ରାଜପାଲ ଯାଦବଙ୍କ ପତ୍ନୀଙ୍କ ଅଭିଯୋଗ ଆଧାରରେ, ଆମ୍ବୋଲି ପୋଲିସ BNSର ଧାରା 351(3) ଅନୁଯାୟୀ ଅଜ୍ଞାତ ବ୍ୟକ୍ତିଙ୍କ ବିରୁଦ୍ଧରେ ଏକ FIR ରୁଜୁ କରିଛି ।

ପାକିସ୍ତାନରୁ ଆସିଛି ଧମକ- ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଧମକପୂର୍ଣ୍ଣ ଇମେଲଗୁଡ଼ିକ ପାକିସ୍ତାନରୁ ଆସିଥିଲା। [email protected] ଇମେଲ୍ ଠିକଣା ମାଧ୍ୟମରେ ସେଲିବ୍ରିଟିମାନଙ୍କୁ ଧମକପୂର୍ଣ୍ଣ ଇମେଲ୍ ପଠାଯାଇଥିଲା। ମେଲ୍ ପ୍ରେରକ ନିଜକୁ ବିଷ୍ଣୁ ବୋଲି ପରିଚୟ ଦେଇଥିଲେ। ଇମେଲରେ ଦାବି କରାଯାଇଛି ଯେ ସେ ସେଲିବ୍ରିଟିଙ୍କ ସାମ୍ପ୍ରତିକ କାର୍ଯ୍ୟକଳାପ ଉପରେ ନଜର ରଖିଛି ।

ଇମେଲରେ କଣ ଲେଖାଯାଇଛି- “ଆମେ ତୁମର ସାମ୍ପ୍ରତିକ କାର୍ଯ୍ୟକଳାପ ଉପରେ କଡ଼ା ନଜର ରଖିଛୁ । ଆମେ ବିଶ୍ୱାସ କରୁଛୁ ଯେ ଏକ ସମ୍ବେଦନଶୀଳ ବିଷୟକୁ ତୁମର ଦୃଷ୍ଟିକୁ ଆଣିବା ଗୁରୁତ୍ୱପୂର୍ଣ୍ଣ । ଏହା କୌଣସି ପବ୍ଲିସିଟି ଷ୍ଟଣ୍ଟ କିମ୍ବା ତୁମକୁ ହଇରାଣ କରିବାର ପ୍ରୟାସ ନୁହେଁ । ଆମେ ମେସେଜକୁ ଗମ୍ଭୀରତାର ସହ ନିଅନ୍ତୁ ।

ଦାବି ପୂରଣ ନ ହେଲେ ଖରାପ ପରିଣାମ ହେବ ବୋଲି ଇମେଲରେ ଧମକ ଦିଆଯାଇଛି । ଚେତାବନୀରେ କୁହାଯାଇଛି ଯେ ଆଠ ଘଣ୍ଟା ମଧ୍ୟରେ ଏହାର ଜବାବ ଦାବି କରାଯାଇଛି । ଏହା ମଧ୍ୟ ଲେଖାଯାଇଛି ଯେ ଯଦି ଆମକୁ କୌଣସି ଉତ୍ତର ନ ମିଳେ, ତେବେ ଆମେ ଧରିନେବୁ ଯେ ଆପଣ ଏହି ବିଷୟକୁ ଗମ୍ଭୀରତାର ସହ ନେଉନାହାଁନ୍ତି ଏବଂ ଆମେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ।”