Big Breaking: କୁହୁଡ଼ି ପାଇଁ ଓଲଟିଲା ଯାତ୍ରୀବାହୀ ବସ୍, ଦୁଇ ଗୁରୁତର

କୁହୁଡ଼ି ସାଜୁଛି କାଳ। ରାସ୍ତା ଦେଖାନଯିବାରୁ ଘଟୁଛି ଅଘଟଣ। ଘଟଗାଁ ତାରିଣୀଙ୍କ ଦର୍ଶନ ସାରି ଫେରୁଥିବା ବେଳେ ଦ୍ୱାରବତୀପୁର ନିକଟରେ ଓଲଟିଲା ବସ୍। ଦୁଇଜଣ ଗୁରୁତର।

ଆଠଗଡ଼: କୁହୁଡ଼ି କରୁଛି ଅସ୍ତବ୍ୟସ୍ତ। ରାସ୍ତା ଦେଖାନଯିବାରୁ ଘଟୁଛି ଦୁର୍ଘଟଣା। ଏବେ ସେହପରି ଏକ ଦୁର୍ଘଟଣା ସାମ୍ନାକୁ ଆସିଛି। କୁହୁଡ଼ି ଯୋଗୁଁ ରାସ୍ତା ଦେଖାନଯିବାରୁ ଯାତ୍ରୀବାହୀ ବସ୍ ଦୁର୍ଘଟଣାର ଶିକାର ହୋଇଛି।

ତେବେ ଦୁର୍ଘଟଣା ଘଟିଛି କଟକ-ସମ୍ୱଲପୁର ପୁରୁଣା ରାସ୍ତାରେ। ଘଟଗାଁ ତାରିଣୀଙ୍କ ଦର୍ଶନ ସାରି ଫେରୁଥିବା ବେଳେ ଦ୍ୱାରବତୀପୁର ନିକଟରେ ବସଟି ଓଲଟିପଡ଼ିଛି।

ବସରେ ମୋଟ୍ 25 ଜଣ ଯାତ୍ରୀ ଥିବା ସୂଚନା ମିଳିଛି। ବସ୍ ଓଲଟିପଡ଼ିବାରୁ ଦୁଇଜଣ ଗୁରୁତର ମଧ୍ୟ ହୋଇଥିବା ଜଣାପଡ଼ିଛି। ତେବେ ଦୁର୍ଘଟଣାରେ କାହାର ପ୍ରାଣହାନି ହୋଇନାହିଁ। କୁହୁଡ଼ି ଯୋଗୁଁ ରାସ୍ତା ଦେଖାନଯିବାରୁ ଦୁର୍ଘଟଣା ଘଟିଥିବା କୁହାଯାଉଛି।