ଧାନ କିଣାରେ ଅନିୟମିତତା, ଟୋକନ ଥାଇ ଧାନ ନେଉନାହାନ୍ତି, ଅଭିଯୋଗ କଲେ ଚାଷୀ
ଧାନ କିଣା ପାଇଁ ଚାଷୀଙ୍କୁ ଟୋକନ ଦିଆଯାଉଛି କିନ୍ତୁ ଧାନ ନିଆ ଯାଉନାହିଁ । ଅନ୍ୟପଟେ ମୁଣ୍ଡରେ ହାତ ଦେଇ ବସିଲାଣି ଚାଷୀା
ଭଦ୍ରକ: ସରକାର ଧାନ କିଣାକୁ ନେଇ ଯେତେ ସ୍ୱଛତା ଆଣିଲେ ମଧ୍ୟ ଧାନ କିଣା ସୁରୁଖୁରୁରେ ହୋଇପାରୁନି ।
ଧାନ କିଣାରେ ଅନିୟମିତତାର ଅଭିଯୋଗ ଆଣିଛନ୍ତି ଭଦ୍ରକ ଜିଲ୍ଳା ଏରେଇଁ ସମବାୟ ସମିତି ।
ଧାନ କିଣା ପାଇଁ ଚାଷୀଙ୍କୁ ଟୋକନ ଦିଆଯାଉଛି କିନ୍ତୁ ଧାନ ନିଆ ଯାଉନାହିଁ । ଅନ୍ୟପଟେ ମୁଣ୍ଡରେ ହାତ ଦେଇ ବସିଲାଣି ଚାଷୀା
ସମବାୟ ସମିତିଙ୍କୁ ମାଡ଼: ନିର୍ଦ୍ଦିଷ୍ଟ ଦଳର ସମର୍ଥକ ହୋଇଥିବାରୁ ଆମ ପାଖରୁ ଧାନ ନେଉନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ଚାଷୀ ।
ଏନେଇ ସମବାୟ ସମିତିର ସଭାପତିଙ୍କୁ ମାଡ଼ ମାରିଥିବା କହିଛନ୍ତି ସମ୍ପାଦକ ନାରାୟଣ ଚନ୍ଦ୍ର ସାମଲ ।
ଅନ୍ୟପଟେ ଚାଷୀ କମିଟିର ଏକ ମିଟିଂ ବସିଛି ଏବଂ ମିଟିଂ ପରେ ଧାନ କିଣା ଯିବ ବୋଲି କହିଛନ୍ତି ସମ୍ପାଦକ।
ବାଧ୍ୟ ହୋଇ ବାହାର ବେପାରୀଙ୍କୁ ବିକ୍ରି କରିବେ: ଟୋକନ ପାଇ ମଧ୍ୟ ଧାନ ନଦେଇ ପାରିବାରୁ ଆଗାମୀ ଦିନରେ ବାଧ୍ୟ୍ୟ ହୋଇ ବାହାର ବେପାରୀଙ୍କୁ ଶାଗ ମାଛ ଦରରେ ଦେବୁ ବୋଲି ଚାଷୀମାନେ ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି।
ସରକାର କୌଣସି ଦଳୀୟ ମନୋଭାବ ନରଖି ସମସ୍ତ ଚାଷୀମାନଙ୍କ ଠାରୁ ଧାନ ନେବାକୁ ଅନୁରୋଧ କରିଛନ୍ତି ।
ଚାଷୀଙ୍କ ପାଇଁ ଲଢ଼ିବେ: ଚାଷୀମାନେ ମାଡ଼ ମାରିଥିବା ଘଟଣାକୁ ସରପଞ୍ଚ ଖଣ୍ଡନ କରିଛନ୍ତି । ସେ ଚାଷୀଙ୍କ ପାଇଁ ଯୁକ୍ତି ଉପସ୍ଥାପନ କରିଥିଲେ ।
ଚାଷୀ କିପରି ଧାନ ବିକିବେ ସେ ନେଇ ଆଲୋଚନା କରିଥିବା କହିଛନ୍ତି। ଚାଷୀଙ୍କ ପାଇଁ ସେ ଆହୁରି ଲଢ଼ିବେ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି।