ରାହୁଲ ଗାନ୍ଧୀ ଏହି ମ୍ୟୁଚୁଆଲ ଫଣ୍ଡରେ କରନ୍ତି ନିବେଶ, ଜାଣନ୍ତୁ ଏଥିରେ କିପରି କରିବେ ଇନଭେଷ୍ଟ
କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅନେକ ଜାଗାରେ ନିବେଶ କରିଥାଆନ୍ତି । ଏଥିରେ ୭ଟି ଏଭଳି ମ୍ୟୁଚୁଆଲ ଫଣ୍ଡ ସାମିଲ ଅଛି, ଯେଉଁଥିରେ ସେ ବଡ଼ ନିବେଶ କରିଛନ୍ତି ।
ନୂଆଦିଲ୍ଲୀ: ମ୍ୟୁଚୁଆଲ ଫଣ୍ଡ ହେଉଛି ନିବେଶର ଏକ ଏଭଳି ପଦ୍ଧତି ଯାହା ମାଧ୍ୟମରେ ଦୀର୍ଘକାଳୀନ ଆର୍ଥିକ ଲକ୍ଷ୍ୟ ହାସଲ କରାଯାଇପାରିବ। ତେବେ ଏହି ସାତଟି ମ୍ୟୁଚୁଆଲ୍ ଫଣ୍ଡ ଅଛି ଯେଉଁଥିରେ, କଂଗ୍ରେସ ନେତା ରାହୁଲ ଗାନ୍ଧୀ 3.81 କୋଟି ଟଙ୍କା ବିନିଯୋଗ କରିଛନ୍ତି। ଏଥିମଧ୍ୟରେ ସ୍ମଲ ଏବଂ ମିଡ୍ କ୍ୟାପ୍ ମ୍ୟୁଚୁଆଲ୍ ଫଣ୍ଡ ମଧ୍ୟ ସାମିଲ ଅଛି।
ଏପ୍ରିଲ୍ 2024 ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ସେ HDFC ସ୍ମଲ କ୍ୟାପ୍ ରେଗୁଲାରରେ ସର୍ବାଧିକ ଅର୍ଥ ବିନିଯୋଗ କରିଛନ୍ତି, ଯାହାର ବଜାର ମୂଲ୍ୟ 1.23 କୋଟି ଟଙ୍କା ରହିଛି। ଏହା ପରେ ସେ ICICI Prudential Regular Savings Fundରେ ନିବେଶ କରିଛନ୍ତି, ଯାହାର market value 1.02 କୋଟି ଟଙ୍କା ରହିଛି।
ରାହୁଲ ଗାନ୍ଧୀ ଏହି ମ୍ୟୁଚୁଆଲ୍ ଫଣ୍ଡରେ କରିଛନ୍ତି ନିବେଶ: ଡାଟାରୁ ଏହି କଥାର ଖୁଲାସା ହୋଇଛି ଯେ, ଏଚଡିଏଫସି ସ୍ମଲ କ୍ୟାପ ରେଗୁଲାର ସ୍କିମର ନେଟ ଆସେଟ ଭ୍ୟାଲ୍ୟୁରେ ଗତ ବର୍ଷ ୫୧.୮୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ଘଟିଛି । ଏଥିସହ ରାହୁଲ ଗାନ୍ଧୀ ଏଚଡିଏଫସି ହାଇବ୍ରିଡ ଡାଟା ଫଣ୍ଡରେ ମଧ୍ୟ ନିବେଶ କରିଛନ୍ତି, ଯାହାର ମୂଲ୍ୟ ୭୯ ଲକ୍ଷ ଟଙ୍କା ।
ଏଚଡିଏଫସି ମିଡ-କ୍ୟାପ ଅପର୍ଚୁନିଟିଜ ଫଣ୍ଡ- ଡାୟରେକ୍ଟ ପ୍ଲାନ, ଆଇସିଆଇସିଆଇ ପ୍ରୁଣ୍ଡେସିଆଲ ଇକ୍ୱିଟୀ ଆଣ୍ଟ ଡାଟା ଫଣ୍ଡ ଗ୍ରୋଥ ଏବଂ ପରାଗ ପାରିଖ ଫ୍ଲେକ୍ସି କ୍ୟାପ ଫଣ୍ଡରେ ୧୯-୧୯ ଲକ୍ଷ ଟଙ୍କାର ନିବେଶ କରିଛନ୍ତି ରାହୁଲ ଗାନ୍ଧୀ । ଏଚଡିଏଫସି ସ୍ମଲକ୍ୟାପ ଡାୟରେକ୍ଟ ପ୍ଲାନରେ ମଧ୍ୟ ରାହୁଲ ଗାନ୍ଧୀ ୧୭ ଲକ୍ଷ ଟଙ୍କାର ନିବେଶ କରିଛନ୍ତି ।
ଗୋଲ୍ଡ ବଣ୍ଡରେ ବି କରିଛନ୍ତି ନିବେଶ: ରାହୁଲ ଗାନ୍ଧୀ ସଭରେନ ଗୋଲ୍ଡ ବଣ୍ଡରେ ନିବେଶ କରିଛନ୍ତି । ତାଙ୍କ ପାଖରେ ସଭରେନ ଗୋଲ୍ଡ ବଣ୍ଡ ୨୦୨୦-୨୧ର ୨୨୦ ୟୁନିଟ, ଯାହାର ମୂଲ୍ୟ ୧୫ ମାର୍ଚ୍ଚ ପର୍ଯ୍ୟନ୍ତ ୧୫.୨୧ ଲକ୍ଷ ଟଙ୍କା ଅଟେ । ଏହା ବ୍ୟତୀତ ୧୫ ମାର୍ଚ୍ଚ ପର୍ଯ୍ୟନ୍ତ ରାହୁଲ ଗାନ୍ଦୀଙ୍କ ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡରେ ୬୧.୫୨ ଲକ୍ଷ ଟଙ୍କାର ବାଲାନ୍ସ ରହିଛି ।
ଏଥିସହ ରାହୁଲ ଗାନ୍ଧୀଙ୍କ ପାଖରେ ୧୧.୧୫ କୋଟି ଟଙ୍କାର ଅଚଳ ସମ୍ପତ୍ତି ଅଛି ଏବଂ ଦୁଇଟି ବ୍ୟାଙ୍କ ଆକାଉଣ୍ଟରେ ୨୬.୨୫ ଲକ୍ଷ ଟଙ୍କାର ବାଲାନ୍ସ ଅଛି ।