ସ୍ୱାମୀ ଅଣ୍ଟାରେ ଦଉଡ଼ି ବାନ୍ଧି କୁମ୍ଭମେଳା ବୁଲିଲା ସ୍ତ୍ରୀ, ସୋସିଆଲ ମଡିଆରେ ଭାଇରାଲ ହେଉଛି Video

ହଜିବା ଡରରେ ସ୍ୱାମୀକୁ ଦଉଡ଼ିରେ ବାନ୍ଧିଲା ସ୍ତ୍ରୀ । ବନ୍ଧାବନ୍ଧି ହୋଇ ମହାକୁମ୍ଭ ବୁଲିଲେ ସ୍ୱାମୀ ସ୍ତ୍ରୀ।

ପ୍ରୟାଗରାଜ: ପ୍ରୟାଗରାଜ କୁମ୍ଭମେଳାରୁ ପ୍ରତ୍ୟେକ ଦିନ କିଛି ନା କିଛି ଅଜବ ଖବର ସାମ୍ନାକୁ ଆସୁଛି । କେତେବେଳେ ବାବାଙ୍କୁ ନେଇ ତ ଆଉ କେତେବେଳେ ଭକ୍ତଙ୍କୁ ନେଇ ।

ଏବେ ଖୁବ୍ ରୋଚର ଏକ ଭିଡିଓ ସୋସିଆଲ ମିଡିଆ ଏକ୍ସ ଓ ଇନଷ୍ଟାଗ୍ରାମରେ ଭାଇରାଲହେବାରେ ଲାଗିଛି । ଯାହାକୁ ଲୋକେ ଖୁବ୍ ପସନ୍ଦ କରିଛନ୍ତି ।

ଭାଇରାଲ ହୋଇଥିବା ଭିଡିଓ ଅନୁସାରେ, ଦୁଇଜଣ ଦଉଡ଼ିରେ ବନ୍ଧାବନ୍ଧି ହୋଇ କୁମ୍ଭମେଳା ବୁଲୁଥିବାର ଦେଖିବାକୁ ମିଳିଛି । ସେମାନଙ୍କୁ ଦେଖିଲେ ଲାଗୁଛି ଯେମିତି ସେମାନେ ବ୍ୟବସାୟ କରିବାକୁ କୁମ୍ଭମେଳା ଆସିଛନ୍ତି ।

ଶାଢ଼ୀ ପିନ୍ଧିଥିବା ମହିଳା ଜଣକ ମୁଣ୍ଡରେ ଗଣ୍ଠିଲି ବୋଝେଇ ଥିବାବେଳେ ସ୍ୱାମୀଙ୍କ ଅଣ୍ଟାରେ ଦଉଡ଼ିରେ ବାନ୍ଧି ନେଉଛନ୍ତି । ଭିଡିଓ ଦେଖିଲେ ଲାଗୁଛି, ସେମାନେ କୁମ୍ଭମେଳା ଗହଳିରେ ହଜିବା ଡରରେ ହିଁ ଦଉଡ଼ିରେ ବନ୍ଧି ହୋଇ ବୁଲୁଛନ୍ତି ।

ଭିଡିଓକୁ ଲୋକେ ପସନ୍ଦ କରିବା ସହ ଆଉ କିଛି ନିନ୍ଦା ମଧ୍ୟ କରିଛନ୍ତି ।